ନକଲି ମସଲା କାରଖାନା ଉପରେ ଚଢ଼ାଉ, ୨ ଅଟକ

କଟକ, ୨୨/୦୧: (ପୂର୍ଣ୍ଣେନ୍ଦୁ ପ୍ରଧାନ) କଟକ ଜଗତପୁର ଶିଳ୍ପାଞ୍ଚଳରେ ଏକ କାରଖାନା ଉପରେ ଚଢାଉ କରି ଅପମିଶ୍ରିତ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ଜବତ କରିଛି । ଚଢ଼ଉ ସମୟରେ ଟିମ୍‌ ପ୍ୟାକିଙ୍ଗ୍‌ ସାମଗ୍ରୀ, ଯନ୍ତ୍ରାଂଶ ଓ ଲେବେଲ ଆଦି ଜବତ କରାଯାଇଛି । କାରଖାନାରେ ବେଆଇନ ଭାବେ ଅପମିଶ୍ରିତ କରାଯାଉଥିବାରୁ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଦୀର୍ଘ ୨ବର୍ଷ ହେବ ଏହି ଅପମିଶ୍ରିତ କରଖାନାଟି ଏକ ବିଲ୍ଡିଂର କବାଟ ବନ୍ଦ କରି ଚାଲୁ ରହିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ପୋଲିସ ଚଢ଼ାଉ କରିଥିଲା । ମୁଖ୍ୟତଃ ଓରିମିକ୍ସ ବ୍ରାଣ୍ଡର ପ୍ୟାକେଟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ୟାକିଙ୍ଗ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିଲା । ଆଜି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ସହିତ ବ୍ୟବହୃତ ହେଉଥିବା ଚକ୍‌ ମକିୟା ପଲଥିନ ଓ ବହୁ ଯନ୍ତ୍ରାଂଶକୁ ପୋଲିସ ଜବତ କରିବା ସହ ମାଲିକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।