ଆଇପିଏଲ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କଲେ ଶ୍ରୀଶାନ୍ତ

ହାଇଦ୍ରାବାଦ, ୨୨/୦୧: (ସଂକେତ ଟିଭି) ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ ମେଗା ଖେଳାଳି ନିଲାମରେ ପଞ୍ଜୀକରଣ କରିଛନ୍ତି । ସେ ନିଜର ବେସ୍‌ ପ୍ରାଇସ୍‌ ମାତ୍ର ୫୦ ଲକ୍ଷ ରଖିଛନ୍ତି ।

ଗତବର୍ଷ ଆଇପିଏଲ ନିଲାମରେ ମଧ୍ୟ ଶ୍ରୀଶାନ୍ତ ପଞ୍ଜୀକରଣ କରିଥିଲେ, ମାତ୍ର ତାଙ୍କୁ ଚୁଡାନ୍ତ ତାଲିକାରେ ସ୍ଥାନ ମିଳିନଥିଲା । ଶେଷ ଥର ପାଇଁ ୨୦୧୩ ସଂସ୍କରଣର ଆଇପିଏଲରେ ଶ୍ରୀସାନ୍ତ, ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ ।

୩୮ ବର୍ଷୀୟ ଦ୍ରୁତ ବୋଲର ଶ୍ରୀସାନ୍ତ କେରଳ ଟିମ ପାଇଁ ୨୦୨୧ ରଣଜୀ ଟ୍ରଫି ଟୁର୍ନାମେଣ୍ଟରେ ନଜର ଆସିଥାନ୍ତେ ଶ୍ରୀଶାନ୍ତ । ମାତ୍ର ବର୍ତ୍ତମାନ ପାଇଁ ଏହି ଟୁର୍ନାମେଣ୍ଟ ସ୍ଥଗିତ ହୋଇଛି ।

୨୦୦୭ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଟିମର ସଦସ୍ୟ ରହିଥିବା ଶ୍ରୀଶାନ୍ତ , ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରୁ ୭ଟି ୱିକେଟ ନିଜ ନାମରେ କରିଛନ୍ତି । ଶ୍ରୀଶାନ୍ତଙ୍କ ବ୍ୟତୀତ ୧,୨୧୩ ଖେଳାଳି ଆଇପିଏଲ ୨୦୨୨ ନିଲାମ ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଏହାମଧ୍ୟରେ ୪୯ ଜଣ ଖେଳାଳି ନିଜର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖିଛନ୍ତି ।

ଏହି ତାଲିକାରେ ରହିଥିବା ୧୭ ଜଣ ଭାରତୀୟ ଖେଳାଳି ହେଉଛନ୍ତି- ୟୁଜଭେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, ଇଶାନ କିଶନ, ଦୀପକ ଚହର, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହମ୍ମଦ ସାମି, ଭୁବନେଶ୍ବ କୁମାର, ଦେବଦତ୍ତ ପାଦିକ୍କଲ, କ୍ରୁଣାଳ ପାଣ୍ଡ୍ୟା, ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ରବିନ ଉଥାପ୍ପା ଓ ଉମେଶ ଯାଦବ ।