ନଗଦ ୬୫ ଲକ୍ଷ ଟଙ୍କା ୩ଟି ବନ୍ଧୁକ ସହିତ ୩ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର ୨୫।୧: ( ସଂକେତ ଟିଭି) ନୟାଗଡ଼ ଟାଉନ ଥାନା ନିକଟ ସିନ୍ଦୁରିଆର ଉଦୟଲେନରେ ଏସଟିଏଫ ଚଢାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଛି । ଏହା ସହ ୬୫ ଲକ୍ଷ ଟଙ୍କା, ୩ଟି ପିସ୍ତଲ, ୭ଟି ମାଗାଜିନ୍, ୪୩ ରାଉଣ୍ଡ ଗୁଳି, ଗୋଟିଏ କ୍ୟାସ୍ କାଉଣ୍ଟିଂ ମେସିନ୍, ୪ଟି ମୋବାଇଲ ଓ ଗୋଟିଏ ଟ୍ୟାବ୍ ଏସଟିଏଫ୍ ଜବତ କରିଛି । ଏହି ମାମଲାରେ କେ. ବିକି ରାଓକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ରହିଛି ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଏସଟିଏଫ କହିଛି । ସେହିପରି ଏହି କାରବାରରେ ସଂପୃକ୍ତ ଥିବା ୭ ଜଣଙ୍କୁ ଏସଟିଏଫ୍ ଚିହ୍ନଟ କରିଛି । ତେବେ ନୟାଗଡ଼ରୁ ବିଭିନ୍ନ ସ୍ଥାନରୁ ଧଳା ଜହର ଯୋଗାଣ ହେଉଥିବା ମଧ୍ୟ ସନ୍ଦେହ କରାଯାଉଛି । କେବେଠୁ ଏଠାରେ ଧଳାଜହର କାରବାର ହେଉଛି? ଏବଂ ଏହାର ଚେର କେତେବାଟ ଲମ୍ବିଛି, ତାହାର ତଦନ୍ତ ଜାରି ରହିଛି ।