ମୁକେଶ ଅମ୍ବାନୀକୁ ଟପି ପୁଣି ଗୌତମ ଆଦାନୀ ଦେଶର ସବୁଠୁ ଧନୀ

ମୁମ୍ବାଇ, ୨୬/୦୧: (ସଂକେତ୍ ଟିଭି) ଉଠୁଛି ପଡ଼ୁଛି ପୁଞ୍ଜି ବଜାର। ଖାଲି ବିଶ୍ବ ପୁଞ୍ଜି ବଜାର କାହିକିଁ ଘରୋଇ ବଜାରରେ ବି ଅସ୍ଥିରତା ଛାଇଯାଇଛି । କ୍ରମାଗତ ଭାବେ ଘରୋଇ ବଜାରରେ ଲାଗି ରହଥିବା ଅସ୍ଥରତା ଯୋଗୁ ବଜାର କାରବାର ବେଶ ପ୍ରଭାବିତ ହୋଇଛି । ମଙ୍ଗଳବାର ଏହି ହ୍ରାସ ଧାରାରେ ଲାଗିଛି ବ୍ରେକ୍ । ମାତ୍ର ଗୋଟିଏ ମିନିଟ୍ ରେ ଗତକାଲି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସରେ ପ୍ରାୟ ୧୦୦୦ ପଏଣ୍ଟ ହାସ ଘଟି ନିବେଶକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସି ସେନ୍ ସେକ୍ସରେ ୩୬୭ ପଏଣ୍ଟ ବୃଦ୍ଧି ଘଟିଲା ।

ତେବେ ଏହି କାରବାରରେ ଏସୀୟ କ୍ଷେତ୍ରର ସମସ୍ତ ବଜାର ମଧ୍ୟରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ଥ ହୋଇଛି । ଫଳସ୍ବ ରୂପ ଗୌତମ ଆଦାନୀ ହୋଇଛନ୍ତି ଦେଶର ସବୁଠାରୁ ବଡ଼ ଧନୀ । ଆଦାନୀ ଧନୀ ତାଲିକାରେ ପୁଣି ଥରେ ମୁକେଶ ଅମ୍ବାନୀଙ୍କୁ ଅତିକ୍ରମ କରିଯାଇଛନ୍ତି । ମାତ୍ର ଗୋଟିଏ ଦିନର କାରବାରରେ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣରେ ୩୧,୦୦୦ କୋଟି ଟଙ୍କା ହ୍ରାସ ପାଇଛି ।

ଗତ ୫ ଦିନ ର କାରବାରକୁ ଦେଖିଲେ ଏସୀୟ ବଜାର ମଧ୍ୟରେ ଭାରତରେ ସବୁଠୁ ଅଧିକ ହ୍ରାସ ଘଟିଛି । ମଙ୍ଗଳବାର କାରବାର ଶେଷ ବେଳ କୁ ସେନସେକ୍ସରେ ୩୬୭ ପଏଣ୍ଟ ବୃଦ୍ଧି ଘଟି ୫୭,୮୫୮.୧୫ ପଏଣ୍ଟରେ କାରବାର ଶେଷ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୨୮.୮୫ ପଏଣ୍ଟ ବୃଦ୍ଧି ଘଟି୧୭,୨୭୭.୯୫ ପଏଣ୍ଟରେ କାରବାର ଶେଷ ହୋଇଛି । ଆଜିର କାରବାରରେ ବଜାରରେ ପିଏସୟୁ ବ୍ୟାଙ୍କ, ଆର୍ଥିକ ସେବା, ଅଟୋ ଏବଂ ତୈଳ ଓ ଶକ୍ତି ଆଦି କ୍ଷେତ୍ରର ଷ୍ଟକ୍ ଗୁଡିକ କାରବାରରେ ଦମଦାର ପ୍ରଦର୍ଶନ କରିଥିଲା । ପୁଞ୍ଜି ବଜାରରେ ଏଭଳି ଉତ୍ସାହ ଯୋଗୁ ଗତ ୫ ଦିନର କାରବାରରେ ଢ଼େର କ୍ଷତିର ସମ୍ମୁଖୀନ ହୋଇଥବା ନିବେଶକ କେତେଟା ଆଶ୍ବସ୍ତ ହୋଇଛନ୍ତି । କାରବାରରେ ୩୦ ଶେୟାର ବିଶିଷ୍ଟ ସେନ୍ ସେକ୍ସ ଷ୍ଟକ ମଧ୍ୟରୁ ବଜାଜ ଫିନ୍ ସର୍ଭରେ ବୃହତ୍ ୧୫ ପ୍ରତିଶତ ହ୍ରାସ ହୋଇଛି ।

ଅପରପକ୍ଷେ ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୩୧ ହଜାର କୋଟି ଟଙ୍କା ହ୍ରାସ ଘଟିଛି । ଗତ ଦୁଇ ଦିନ ଧରି ଭାରତୀୟ ଷ୍ଟକ୍ ମାର୍କେଟରେ ଦେଖାଦେଇଥିବା ହ୍ରାସ ଧାରା ଯୋଗୁ ରିଲାଏନ୍ସର ସେୟାର ଗୁଡିକର ମୂଲ୍ୟ ହ୍ରାସ ପାଉଛି । ଏହି କାରଣରୁ, ମୁକେଶ ଅମ୍ବାନୀଙ୍କ ରୋଜଗାରରେ ଏକ ବଡ଼ ହ୍ରାସ ଘଟିଥିଲା । ଆଜି ଆଦାନୀ ଗୃପ ମୁଖ୍ୟ ଗୌତମ ଆଦାନୀ ସମ୍ପତ୍ତି ଦୃଷ୍ଟି ରିଲିଏନ୍ସର ମୁକେଶ ଅମ୍ବାନୀଙ୍କୁ ଟପିଯାଇଛନ୍ତି । ଫୋର୍ବସର ରିଅଲ ଟାଇମ ମୂଲ୍ୟର ତଥ୍ୟ ଅନୁଯାୟୀ ଆଦାନୀଙ୍କ ସମ୍ପତ୍ତି ୯୦ ବିଲିୟନ ଡଲାର (୬.୭୨ ଲକ୍ଷ କୋଟି ଟଙ୍କା) ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୮ ବିଲିୟନ ଡ଼ଲାର (୬.୭୧ ଲକ୍ଷ କୋଟି ଟଙ୍କା।

ଏହି ତଥ୍ୟ ଅନୁଯାୟୀ ସମ୍ପତ୍ତି ଦୃଷ୍ଟି ରୁ ଆଦାନୀ ବିଶ୍ବ ଧନୀ ତାଲିକାରେ ଏକାଦଶ ସ୍ଥାନରେ ରହିଛନ୍ତି । ଯଦି ଆମେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ତଥ୍ୟକୁ ଦେଖିବା, ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ଦୁଇ ଦିନରେ ୧୫୫ ଟଙ୍କା ହ୍ରାସ ପାଇଛି। ଗତକାଲି ରିଲାଏନ୍ସ ସେୟାର ୨୩୨୩.୦୫ ଟଙ୍କାରେ କାରବାର ହୋଇଛି । ଫୋର୍ବସ୍ ତଥ୍ୟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦୁଇ ଦିନ ମଧ୍ୟରେ ୭ ବିଲିୟନ ଡ଼ଲାର୍ (୫୨,୦୦୦ କୋଟି) ଟଙ୍କା ହ୍ରାସ ପାଇଛି।

ଫୋର୍ବସ ର ତଥ୍ୟା ଅନୁଯାୟୀ, ଡିସେମ୍ବର ୩୧ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୭୮ ବିଲିୟନ ଡ଼ଲାର୍ (୫.୮୨ ଲକ୍ଷ କୋଟି) ଟଙ୍କା ଥିଲା ଯାହା ଜାନୁଆରୀ ୧୮ ରେ ୯୩ ବିଲିୟନ ଡ଼ଲାର୍ (୬.୯୫ ଲକ୍ଷ କୋଟି) ଟଙ୍କାକୁ ବୃଦ୍ଧି ପାଇଥିଲା। ସୋମବାର ଦିନ ଭାରତୀୟ ବଜାର ପ୍ରାୟ ୨.୬% ହ୍ରାସ ପାଇଛି । ନଭେମ୍ବର ୨୬ ଠାରୁ ଗୋଟିଏ ଦିନରେ ଏହା ସବୁଠାରୁ ବଡ ହ୍ରାସ । ଗତକାଲି କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ହ୍ରାସ ଘଟିଛି ।