ନୂଆ ଫିଚର୍ ଆଣିଲା ହ୍ବାଟ୍ସଆପ୍ , ବିନା ଅନୁମତିରେ କେହି ମେସେଜ୍ ପଠାଇପାରିବେନି

ନୂଆଦିଲ୍ଲୀ, ୨୬/୦୧: (ସଂକେତ୍ ଟିଭି) ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସ ଆପ୍ ଏହାର ବ୍ୟବହାରକାରୀଙ୍କ ଚାଟିଂ ସୁବିଧା ପାଇଁ ନୂଆ ନୂଆ ଫିଚର୍ ଆଣିଥାଏ । ଏହା ମଧ୍ୟରେ କମ୍ପାନୀ ନୂଆ ଫିଚର୍ ଆରମ୍ଭ କରିଛି ।

ଏଥିରେ ନୂଆ ଭଏସ୍ ରେ କର୍ଡିଂ ଫିଚର୍ ସହତି ମେସେଜ୍ ଏବଂ ପ୍ରୋଫାଇଲ୍ ପିକ୍ଚର୍ ସହ ଜଡିତ଼ ଖାସ୍ ଫିଚର୍ ସାମିଲ୍ ରହିଛି । କମ୍ପାନୀ ପକ୍ଷରୁ ବହୁତ ଦିନ ଧରି ଏହି ଫିଚର୍ ପାଇଁ ଟେଷ୍ଟିଂ ଜାରି ରହିଥିଲା ଏବଂ ଏବେ ଆଇ-ଫୋନ୍ ପାଇଁ ଏହି ଫିଚର୍ ର ରୋଲ୍ ଆଉଟ୍ ଜାରି ରହିଥିବା ଜଣାପଡଛ଼ି । ଏହି ଫିଚରକୁ କମ୍ପାନୀ ଭର୍ସନ ନମ୍ୱର ୨୨.୨.୭୫ ସହିତ ଆଣିଛି ।

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା କିଛି ଦିନ ବିଳମ୍ୱରେ ଆସିବ । ତେବେ ଆସନ୍ତୁ ଜାଣିବା ଏହି ଫିଚର୍ କୁ ବ୍ୟବହାରକାରୀ ପୁର୍ବରୁ ଅପେକ୍ଷା କରିଥିଲେ । ଆଇ-ଫୋନ୍ ୟୁଜର ନିଜ ଫୋନ୍ ଅପଡେଟ୍ କରିବା ପରେ ଏହି ଫିଚର୍ ଲାଭ ଉଠାଇପାରିବେ । ଏହା ୟୁଜରଙ୍କ ଭଏସ୍ ମେସେଜ୍ ରେକର୍ଡ କରିବା ସମୟରେ ଏହାକୁ ବନ୍ଦ ଏବଂ ପୁଣି ରେକର୍ଡିଂ ଆରମ୍ଭ କରିବା ପାଇଁ ସମୟ ଦେବ । ଏଥିରେ ଅନ୍ୟ ଏକ ସିକ୍ୟୁରିଟି ସୁବିଧା ମଧ୍ୟ ରହିଛି ।

ଆପଣଙ୍କ ବିନା ଅନୁମତିରେ କେହି ଏଥିରୁ ମେସେଜ୍ ପଠାଇ ପାରିବେନାହିଁ। ଏହି ଫିଚର୍ ଦ୍ୱାରା ଆଇଓଏସ୍ ୧୫ ବ୍ୟବହାରକାରୀ ହ୍ୱାଟ୍ ସ୍ ଆପ୍ ମେସେଜ୍ ରେ ପ୍ରେରକଙ୍କ ଫଟୋ ଦେଖିପାରିବେ । ପୂର୍ବ ଫିଚର୍ ଅନୁସାରେ ଉପଭୋକ୍ତାମାନେ କେବଳ ମେସେଜ୍ ରେ ବ୍ୟବହାରକାରୀଙ୍କ ନାମ ଦେଖିଥିଲେ । ଏହି ଫିଚରର ଲାଭ ପାଇବାକୁ ହେଲେ ଆଇଫୋନ୍ ବ୍ୟବହାରକାରୀଙ୍କୁ ଆଇଓଏସ୍ ୧୫ କିମ୍ବା ସର୍ବଶେଷ ସଂସ୍କରଣକୁ ଆପଣେଇବାକୁ ପଡିବ ।