ଖୁବ୍ ଶୀଘ୍ର ଓଲା ଆଣିବ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ, ୨୬/୦୧: (ସଂକେତ୍ ଟିଭି) ଓଲା ଖୁବ୍ ଶୀଘ୍ର ଆଣିବାକୁ ଯାଉଛି ଏହାର ଇଲେକ୍ଟ୍ରିକ୍ କାର୍। ଓଲା ସିଇଓ ଭବୀଶ ଅଗ୍ରୱାଲ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ନିକଟରେ ଅଗ୍ରୱାଲ ଟ୍ୱିଟରରେ ଏ ନେଇ ପୁନଃ ଟୁଇଟ୍ କରିଛନ୍ତି । ଏଥିରେ ଜଣେ ଟ୍ୱିଟର ବ୍ୟବହାରକାରୀ ଓଲା ସ୍କୁଟର ଏବଂ ଟାଟା ନେକ୍ସନ୍ ଇଭିର ଫଟୋ ସେୟାର କରି ଲେଖିଛନ୍ତି ଯେ, ବର୍ତ୍ତମାନ ବ୍ଲାକ୍ ଇଭି ପରିବାର ସଂପୂର୍ଣ୍ଣ ହୋଇଛି । ସମାନ ପୋଷ୍ଟକୁ ପୂନର୍ବାର ଟୁଇଟ୍ କରି ଭବୀଶ ଅଗ୍ରୱାଲ ଲେଖିଛନ୍ତି ଯେ ପରବର୍ତ୍ତୀ କାର୍ ବଦଳାଇବା ଓଲା ଇଲେକ୍ଟ୍ରିକ୍ କାର୍ ହେବା ଉଚିତ୍ । ଏହି ଟ୍ୱିଟ ଭାଇରାଲ ହେବା ପରେ ଭବୀଶ ଏଠାରେ ନ ଅଟକି ଅନ୍ୟ ଏକ ଫଟୋ ସେୟାର କରିଥିଲେ ଯାହା ଭବିଷ୍ଯତର ଧାରଣା କାରର ଥିଲା ।