କୋଭିଡ୍ ସ୍ଥିତି ଏବେବି ଚିନ୍ତାଜନକ ରହିଛି
ନୂଆଦିଲ୍ଲୀ, ୨ ୮/୦୧: (ସଂକେତ ଟିଭି) ବର୍ତ୍ତମାନ କୋଭିଡ୍ରୁ ଲୋକମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ମାତ୍ର ଏବେବି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ଏହା ଏବେ ଚିନ୍ତାର କାରଣ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, କେତେକ ରାଜ୍ୟରେ ପଜିଟିଭ୍ ରେଟ୍ ୧୦%ରୁ ଅଧିକ ରହିଛି । ଏହି ରାଜ୍ୟଗୁଡିକ କୋଭିଡ୍ ପରିଚାଳନାକୁ ଫଳପ୍ରଦ ଭାବେ କରିବା ପାଇଁ ସେମାନଙ୍କୁ ଚିଠି ଲେଖାଯାଇଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ବିଭିନ୍ନ ରାଜ୍ୟର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨ଲକ୍ଷରେ ପହଞ୍ଚିଛି । ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହେଉଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଛି । ୩୪ଟି ରାଜ୍ୟର ୪୦୭ ଜିଲ୍ଲାରେ ଏବେବି ଏହା ଚିନ୍ତାଜନକ ସ୍ଥିତିରେ ରହିଛି, ଯେଉଁଠି ପଜିଟିଭ୍ ହାର ୧୦%ରୁ ଅଧିକା ରହିଛି । ରାଜ୍ୟଗୁଡିକ କୋଭିଡ୍ ନିରାକରଣ ପାଇଁ ଥିବା ପାଞ୍ଚୋଟି ପଦକ୍ଷେପ ଯଥା- ଟେଷ୍ଟ, ଟ୍ରାକ୍, ଟ୍ରିକ୍, ଭ୍ୟାକ୍ସିନେଟ୍ ଓ କୋଭିଡ୍ ଆଚରଣ ପାଳନ ଉପରେ ଗୁରୁତ୍ୱ ଦିଅନ୍ତୁ ।
ଏହାଛଡା ରାଜ୍ୟଗୁଡିକ ମଧ୍ୟ ନିୟମିତ ଭାବରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ଭାଇରସ୍ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ । ରାଜ୍ୟ ପକ୍ଷରୁ ମଧ୍ଯ ଜିଲ୍ଲା ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦିଆଯାଉ । ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଫଳପ୍ରଦ ପରିଚାଳନା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ ।