୩୫ ଲକ୍ଷ ଟଙ୍କାର ଧଳା ଜହରର ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ

ବସ୍ତା/ବାଲିଆପାଳ, ୨୯/୦୧: (ସଂକେତ ଟିଭି) ପୁଣି ଜଳେଶ୍ବର ରେ ଧଳା ଜହର ଜବତ ହୋଇଛି । ଦିନକୁ ଦିନ ଜଳେଶ୍ଵର ଅଞ୍ଚଳରେ ଧଳା ଜହରର ପ୍ରଦୁର୍ଭାବ ବଢି ଚାଲିଥିବା ବେଳେ ଏହାକୁ ରୋକ ଦେବା ପାଇଁ ଅନେକ ସମୟରେ ଏସଟିଏଫ ଏବଂ ଜଳେଶ୍ବର ପୋଲିସ ଚଡାଉ କରି ପ୍ରତିଦିନ ଧଳା ଜହର ଧରୁଥିବା ବେଳେ ଏହାର ରୋକ୍ ଲାଗିପାରୁନି ।

ଆଜି ଜଳେଶ୍ବର ପୋଲିସ ଜଳେଶ୍ବର ସହରରେ 350 ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି । ବିଳମ୍ବିତ ରାତ୍ରିରେ ଜଳେଶ୍ଵରରୁ ବାଲେଶ୍ବର ଚାଲାଣ ହେଉଥିବା ସମୟରେ ପୋଲିସ ଚଡାଉ କରି ଏହି ବ୍ରାଉନସୁଗର ଜବତ କରିଥିଲା । ଏହାର ଆନୁମାନିକ ମୂଲ୍ୟ 35 ଲକ୍ଷ ଟଙ୍କା । ଏଥିରେ ସଂପୃକ୍ତ ଥିବା ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ବିକ୍ରେତା ହୋଇଥିବାବେଳେ ଜଣେ କ୍ରେତା ଅଛନ୍ତି । ମହିଳା ଏବଂ ତାଙ୍କ ସହଯୋଗୀ ଯୁବକଙ୍କ ଘର ଜଳେଶ୍ବର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଯୁବକଙ୍କ ଘର ବାଲେଶ୍ବର ଅଞ୍ଚଳ ର ବୋଲି ଜଣା ପଡ଼ିଛି ।