ହ୍ରାସ ହୋଇପାରେ ପେଟ୍ରୋଲ-ଡିଜେଲର ମୂଲ୍ୟ

ନୂଆଦିଲ୍ଲୀ, ୨୯/୦୧: (ସଂକେତ ଟିଭି) ପେଟ୍ରୋଲ-ଡିଜେଲର ବଢୁଥିବା ମୂଲ୍ୟରୁ ଲୋକଙ୍କୁ ଖୁବଶୀଘ୍ର ମିଳିପାରେ ଆଶ୍ୱସ୍ତି । ଗୋଲ୍ଡମ୍ୟାନ ସାନ୍ଚ ଗ୍ରୁପ ଇନଙ୍କ ଅନୁସାରେ, ଯଦି ବୈଶ୍ୱିକ ତୈଳ ମୂଲ୍ୟରେ ବୃଦ୍ଧି ଘଟେ, ତେବେ ମୂଦ୍ରାସ୍ପିତୀର ଚାପକୁ ହ୍ରାସ କରିବା ପାଇଁ ଭାରତ ସରକାର ଟିକସ ହ୍ରାସ କରିପାରନ୍ତି । ଏହା ଏପରି ଏକ ପଦକ୍ଷେପ ଯାହା ଦ୍ୱାରା ଦେଶର ରାଜସ୍ୱ ସଂଗ୍ରହ ହ୍ରାସ ହେବ ।

ଗୋଲ୍ଡମ୍ୟାନ ସାନ୍ଚ ର ବରିଷ୍ଠ ଭାରତୀୟ ଅର୍ଥଶାସ୍ତ୍ରୀ ଶାନ୍ତନୁ ସେନଗୁପ୍ତା କହିଛନ୍ତି, ଯଦି ଅଶୋଧିତ ତୈଳର ମୂଲ୍ୟ ଉଚ୍ଚା ହୁଏ ତେବେ ଏହାର ସିଧା ପ୍ରଭାବ ପେଟ୍ରୋଲ-ଡିଜେଲର ମୂଲ୍ୟ ଉପରେ ପଡିବ । ଯଦି ବର୍ଷ ଶେଷ ସୁଦ୍ଧା ବ୍ୟାରେଲ ପିଛା ଆଶୋଧିତ ତୈଳର ମୂଲ୍ୟ ୧୦୫ ଡଲାର ରୁହେ ତେବେ ଭାରତ ସରକାରଙ୍କୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ପଡିବ । ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଚିକ୍ତତା ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୦ଡଲାର ପାଖରେ ପହଞ୍ଚିଛି ।

ଗୋଲ୍ଡମ୍ୟାନ ସହ ୱାଲ ଷ୍ଟ୍ରିଟ ବ୍ୟାଙ୍କର ଏକ ଗ୍ରୁ ଭବିଷ୍ୟବାଣୀ କରି କହିଛି, ଚଳିତ ବର୍ଷ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାର ପାର କରିବ ।