ନୂଆ ଭାରିଆଣ୍ଟ “ନିଓକୋଭ୍’ ଚିହ୍ନଟ, ପ୍ରତି ୩ ଜଣରେ ଯାଇପାରେ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୨୯/୦୧: (ସଂକେତ ଟିଭି) କରୋନା ଭାଇରସ୍ ଟି ବାରମ୍ବାର ରୂପାନ୍ତରିତ ହେଉଥିଲା ବେଳେ ଏବେ ପୁଣି ଆଉ ଏକ ନୂଆ ଭାରିଆଣ୍ଟ ଚୀନ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି । ବାଦୁଡି ଠାରୁ ବ୍ୟାପୁଥିବା “ନିଓକୋଭ୍’ କରୋନା ଭୂତାଣୁ ଭବିଷ୍ୟତରେ ଯଦି ରୂପାନ୍ତରିତ ହୁଏ ଏହି ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିପାରେ ।
ଦକ୍ଷିଣ ଆଫ୍ରିକାରେ ଏହା ଏବେ ବାଦୁଡିଙ୍କ ଦେହରେ ସଂକ୍ରମିତ ହେବାରେ ଲାଗିଛି ବୋଲି ଚୀନ ଗବେଷକମାନେ ମତ ଦେଇଛନ୍ତି । ତେବେ ଏହା ରୂପାନ୍ତରିତ ହୋଇ ମଣିଷ ଶରୀରକୁ ସଂକ୍ରମିତ ହେଲେ ପ୍ରତି ୩ ଜଣରେ ଜଣଙ୍କର ମୃତ୍ୟୁ ହେବ । କରୋନା ଭାଇରସ୍ ର ବିଭିନ୍ନ ରୂପାନ୍ତରିତ ଭୂତାଣୁ ଯୋଗୁ ସାଧାରଣ ଥଣ୍ଡା ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା ।
ତେବେ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ ଓ ହୁଓ୍ୱାନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାର ବାଦୁଡିଙ୍କ ଦେହରେ ଦେଖାଦେଇଥିବା ଏହି ନିଓକୋଭ୍ ଭୂତାଣୁ ଏବେ ପଶୁମାନଙ୍କ ଦେହରେ ବ୍ୟାପକ ଭାବେ ସଂକ୍ରମିତ ହେଉଛି । ଯଦି ପରବର୍ତ୍ତୀ ସମୟରେ ଏହା ରୂପାନ୍ତରିତ ହୁଏ ତା’ହେଲେ ଏହା ମଣିଷ ଶରୀରକୁ ସଂକ୍ରମିତ କରିବ ଏବଂ ଏହା ଅତ୍ୟନ୍ତ ମାରାତ୍ମକ ହେବ ।
ଗବେଷଣାରେ କୁହାଯାଇଛି ଯେ, ଅଚାନକ ଭାବେ ଆମେ ନିଓକୋଭ୍ ର ସନ୍ଧାନ ପାଇଥିଲୁ । ଏହା ପିଡିଏଫ୍-୨୧୮୦-କୋଭ୍ର ନିକଟତର ବୋଲି ଜଣାପଡିଥିଲା । ଏହି ଭୂତାଣୁଟି ଯଦି ମଣିଷ ଶରୀରରେ ସଂକ୍ରମିତ ହୁଏ ଏହା ତା’ର ବହୁ ସେଲ୍କରୁ ସଂକ୍ରମିତ କରିବ । ଏ ସମ୍ପର୍କରେ ଏକ ପ୍ରଥମ ଘଟଣାର ପ୍ରଦର୍ଶନ କରାଯାଇ ଗବେଷଣା ହୋଇଛି । ଏହା ପ୍ରଥମେ ଏସିଏଇ-୨ ଓ ଏମ୍ଇଆର୍ଏସ୍ ସଂକ୍ରାନ୍ତୀୟ ଭାଇରସ୍ ଅଟେ ।
ଏହାର ସଂକ୍ରମଣ ହାର ବହୁତ ଅଧିକ ଓ ଏଥିଯୋଗୁ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇବାରେ । ତେବେ ନିଓକୋଭ୍ଟି କୋଭିଡ୍ ବିରୋଧରେ ଲଢିବା ପାଇଁ ବ୍ୟବହାର କରାଯାଇଥିବା ଆଣ୍ଟିବଡି ଦ୍ୱାରା ଦୁର୍ବଳ ହୋଇପାରିବ ନାହିଁ । ସାର୍ସ-କୋଭ୍-୨ ଭାରିଆଣ୍ଟର ବ୍ୟାପକ ରୂପାନ୍ତରିତ ହୋଇଛି । ଏବେ ଏହା ବହୁଥର ରୂପାନ୍ତରିତ ହୋଇ ଓମିକ୍ରନ ଭାରିଆଣ୍ଟରେ ପରିବର୍ତ୍ତନ ହୋଇଛି । ଏହି ଭାରିଆଣ୍ଟଟି ମଣିଷ ଶରୀରରେ ସଂକ୍ରମିତ କରିବାରେ ଅନେକ କ୍ଷମତା ରଖିଛି । ତେବେ ନୂଆ ଭାରିଆଣ୍ଟଟି ଆହୁରି ଅଧିକ ସଂକ୍ରମିତ କରିବ ବୋଲି ଗବେଷଣାରେ ଉଲ୍ଲେଖ ରହିଛି ।