ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୨ ଗିରଫ

ନୀଳଗିରି ୩୦।୧: (ସଂକେତ ଟିଭି) ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ହାତୀଖୁଲିଆ ଗ୍ରାମରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଏହି ଘଟଣାର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ରବୀ ସିଂ ଏବଂ ରବୀନ୍ଦ୍ର ସିଂହ ।

ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଏହି ଗାଁରେ ବହୁ ଦିନରୁ ବେଆଇନ ଭାବେ ନକଲି ଦେଶୀ ବନ୍ଧୁକ କାରଖାନା ଚାଲି ଆସୁଥିଲା । ନୀଳଗିରି ପୋଲିସ ଏହି କାରଖାନା ଉପରେ ଆଜି ଅଚାନକ ଚଢ଼ାଉ କରିଥିଲା। ବ୍ୟାପକ ପରିମାଣରେ ଯନ୍ତ୍ରାଂଶ ଓ ବନ୍ଧୁକ ଜବତ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଏହି ଦେଶୀ ବନ୍ଧୁକ ନିର୍ମାଣ ପରେ ଆଖପାଖ ଅଞ୍ଚଳର ଶିକାରୀ ମାନେ ବନ୍ଧୁକ କିଣି କୂଳଡିହା ଅଭୟାରଣ୍ୟ କୁ ବନ୍ୟଜନ୍ତୁ ଶିକାର କରିବାକୁ ଯାଉଥିବା କୁହାଯାଇଛି।