ରେଳଓ୍ବେ ଷ୍ଟେସନରୁ ଜବତ ହେଲା ଗଞ୍ଜେଇ, ୨ ଗିରଫ

ବସ୍ତା, ୩୧/୦୧: ( ପ୍ରଶାନ୍ତ ସେନାପତି) କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ କୁ ଚାଲାଣ ବେଳେ ଦୁଇଜଣ ଙ୍କୁ ଗିରଫ କରିଛି ବାଲେଶ୍ଵର ଅବକାରୀ ବିଭାଗ ।

ଆଜି ବାଲେଶ୍ଵର ଅବକାରୀ ବିଭାଗ ପକ୍ଷରୁ ବସ୍ତା ରେଳୱେ ଷ୍ଟେସନ ରୁ ୧୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜୁଲଫିକର ମୌଲା ଏବଂ ସୌରଭ ମୈଲ୍ଲା ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।