ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ଭୁବନେଶ୍ବର, ୦୨/୦୨: (ସଂକେତ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକକାଳୀନ କଟକରେ ତିନୋଟି ସ୍ଥାନରେ, ଚୌଦ୍ୱାରର ଗୋଟିଏ, ନୂଆପଡ଼ାର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୬ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଭିଜିଲାନ୍ସ ରେଡ୍ ହୋଇଛି । ନୂଆପଡା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନୂଆପଡା ସ୍ଥିତ ଅଫିସ, ନୂଆପଡାସ୍ଥିତ ଭଡା ଘର, କଟକ ମଧୁପାଟଣା ସ୍ଥିତ ବାସଭବନ,କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପ, ଚୌଦ୍ବାର ସ୍ଥିତ ୩ ଏକର ଜମି ରହିଛି ।

ତେବେ ଏ ପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା ପ୍ରିମିୟମ ଠାବ ହୋଇଥିବାବେଳେ କଟକ ଚାଉଳିଆଗଞ୍ଜରେ ଏକ ତିନି ମହଲା କୋଠା ଠାବ ହୋଇଛି । ସେହିପରି କଟକ ବାଲିସାହିରେ ଗୋଟିଏ ଦୁଇ ମହଲା କୋଠା ଠାବ ହୋଇଥିବାବେଳେ, ବାଲିସାହିରେ ନଟରାଜ ପ୍ୟାଲେସ ନାଁରେ ରହିଛି କଲ୍ୟାଣ ମଣ୍ଡପ । ଚୌଦ୍ୱାର ଓରନ୍ଦାରେ ୩ ଏକର ଜମି ସହ ଗେଷ୍ଟ ହାଉସ୍ ଠାବ ହୋଇଛି । ସେହିପରି ଭିଜିଲାନ୍ସ ୪୯୮ ଗ୍ରାମର ସୁନା ଓ ଅଢ଼େଇ କେଜିର ରୁପା ଗହଣା ଜବତ କରିଛି ।