ଜଳେଶ୍ବରରୁ ପୁଣି ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର, ଜଣେ ଗିରଫ

ବସ୍ତା, ୦୫/୦୨: (ପ୍ରଶାନ୍ତ ସେନାପତି ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ପୁଣି 400 ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ରେ ଜଳେଶ୍ବର ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଜଳେଶ୍ବର ସହର ରେ ବିଭିନ୍ନ ସ୍ଥାନରେ ରେ ଚଢ଼ାଉ କରି 400 ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ଯ 40 ଲକ୍ଷ ଟଙ୍କା ହେବ । ଏହା ସହ ଜଣେ ବ୍ରାଉନସୁଗାର ବେପାରୀ କୁ ପୋଲିସ ଗିରଫ କରିଛି ।