ଗୋଟିଏ ରାତିରେ ଫେସ୍ବୁକର କ୍ଷତି ୨୯୦୦ କୋଟି

ନୂଆଦିଲ୍ଲୀ, ୦୫/୦୨: (ସଂକେତ ଟିଭି)ମେଟା ନାମରେ ଫେସବୁକର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମାର୍କ ଜୁକରବର୍ଗ ପ୍ରାୟ ୨୯୦୦ କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି । ତ୍ରୈମାସିକ ରିପୋର୍ଟ ଅନୁଯାୟୀ ତାଙ୍କ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ହେବା ପରେ ତାଙ୍କ ନେଟ ମୂଲ୍ୟର ୨୯୦୦ କୋଟି କ୍ଷତି ହୋଇଥିବା ସୂଚନା ମିଳିଛି ।

ଫେସବୁକର ଗତ ୧୮ ବର୍ଷ ଇତିହାସରେ ଏଭଳି କେବେ ଘଟିନଥିଲା । କମ୍ପାନୀ ଆଶା କରାଯାଉଥିବା ଠାରୁ କମ୍ ରାଜସ୍ୱ ଆକଳନ ଘୋଷଣା କରିବା ପରେ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ପରେ ମେଟାର ସେୟାର ପ୍ରାୟ ୨୫% ହ୍ରାସ ପାଇଛି । ଏବେ ଦୈନିକ ସକ୍ରିୟ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୧ ମିଲିୟନ ହ୍ରାସ ପାଇ ୧.୯୨୯ ବିଲିୟନରେ ପହଞ୍ଚିଛି ଏବଂ କମ୍ପାନୀ ଟିକଟକ ଏବଂୟୁଟ୍ୟୁବ
ପରି ପ୍ରତିଦ୍ୱନ୍ଦୀଙ୍କ ପ୍ରତିଯୋଗିତାକୁ ଦାୟୀ କରିଛି ।

ଖରାପ ପ୍ରଦର୍ଶନ ଯୋଗୁଁ କମ୍ପାନୀର ଷ୍ଟକ୍ ମାର୍କେଟ ମୂଲ୍ୟ ପ୍ରାୟ ୨୦୦ ବିଲିୟନ ଡ଼ଲାର ହ୍ରାସ ପାଇଛି । ବ୍ଲୁମବର୍ଗ ବିଲିୟୋନେୟାର ଇଣ୍ଡେକ୍ସ ଅନୁଯାୟୀ ଜୁକରବର୍ଗ ବିଶ୍ୱର ସପ୍ତମ ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଇଛନ୍ତି ।