ଜାନୁଆରୀରେ ଟାଟା ନେକ୍ସନ ସର୍ବାଧିକ ବିକ୍ରି

ନୂଆଦିଲ୍ଲୀ,୦୭/୦୨: (ସଂକେତ ଟିଭି) ଜାନୁଆରୀରେ ଦେଶର ୧୦ଟି ସର୍ବାଧିକ ବିକ୍ରି ହୋଇଥିବା ଏସୟୁଭି ମଧ୍ୟରେ ଟାଟା ନେକ୍ସନ ଆଗରେ ରହିଛି । ଗତବର୍ଷ ଜାନୁଆରିରେ କମ୍ପାନି ୮୨୨୫ ୟୁନିଟ ବିକ୍ରି କରିଥିବାବେଳେ ଏଥର କମ୍ପାନି କେବଳ ଜାନୁଆରୀ ମାସରେ ୧୩୮୧୬ ୟୁନିଟ୍ ନେକ୍ସନ ବିକ୍ରି କରିଛି ।

ଏହାପଛକୁ ଦ୍ୱିତୀୟ ସ୍ଥାନରେ କିଆ ସେଲଟୋସ୍ ରହିଛି । କମ୍ପାନି ଚଳିତବର୍ଷ ଜାନୁଆରିରେ ୧୧୪୮୩ ୟୁନିଟ୍ ସେଲଟୋସ୍ ବିକ୍ରି କରିଥିବା ବେଳେ ଗତବର୍ଷ ୯୮୬୯ ୟୁନିଟ ବିକ୍ରି କରିଥିଲା । ଏହାପଛକୁ ତୃତୀୟ ସ୍ଥାନ ହୁଣ୍ଡାଇ ଭେନ୍ୟୁ ହାସଲ କରିଛି । କମ୍ପାନି ୧୧୩୭୭ଟି ଭେନ୍ୟୁ ବିକ୍ରି କରିଛି ।

ସେହିଭଳି ଚତୁର୍ଥ ସ୍ଥାନରେ ଟାଟା ପଞ୍ଚ ଏବଂ ପଞ୍ଚମ ସ୍ଥାନରେ ହୁଣ୍ଡାଇ କ୍ରେଟା ରହିଛି । ଏହି ଗାଡ଼ିଦ୍ୱୟ ଯଥାକ୍ରମେ ୧୦୦୨୭ ଏବଂ ୯୮୬୯ଟି ଲେଖାଏଁ ବିକ୍ରି ହୋଇଛି । ଷଷ୍ଠ ସ୍ଥାନରେ ମାରୁତି ସୁଜୁକି ବ୍ରିଜା, ସପ୍ତମ ସ୍ଥାନରେ କିଆ ସୋନେଟ୍ ରହିଛନ୍ତି । ୯୫୭୬ଟି ବ୍ରିଜା ଏବଂ ୬୯୦୪ଟି ସୋନେଟ୍ ବିକ୍ରି ହୋଇଛି ।

ଅଷ୍ଟମରୁ ଦଶମ ସ୍ଥାନ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ତିନିଟି ଗାଡ଼ି ରହିଛନ୍ତି । ସେଥିରେ ଥାର୍ ଅଷ୍ଟମ ସ୍ଥାନରେ ଥିବାବେଳେ ଏକ୍ସୟୁଭି୩୦୦ ନବମ ଏବଂ ଏକ୍ସୟୁଭି୭୦୦ ଦଶମ ସ୍ଥାନରେ ରହିଛି । ଏଗୁଡ଼ିକର ବିକ୍ରି ସଂଖ୍ୟା ଯଥାକ୍ରମେ ୪୬୪୬, ୪୫୫୦ ଏବଂ ୪୧୧୯ ରହିଛି ।