ପୋଷ୍ଟର ଚିରାକୁ କେନ୍ଦ୍ର କରି ନିର୍ବାଚନୀ ହିଂସା, ୩ ଆହତ

ବସ୍ତା,୦୭/୦୨: (ପ୍ରଶାନ୍ତ ସେନାପତି) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବ୍ରାହ୍ମଣଦା ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୋଷ୍ଟର ଚିରା କୁ କେନ୍ଦ୍ରକରି ବିଜେଡ଼ି କର୍ମୀ, ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଜଣେ ଗୁରୁତର ୩ ଆହତ ହୋଇଛନ୍ତି । ସେମାନଙ୍କୁ ବସ୍ତା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।

ଘଟଣାରୁ ପ୍ରକାଶ ଗତକାଲି ବିଜେଡ଼ି ସମର୍ଥିତ ପ୍ରାଥୀଙ୍କ ପୋଷ୍ଟର କଂଗ୍ରେସ ଓ ବିଜେପି କର୍ମୀ ଛିଣ୍ଡାଇ ଥିବା ନେଇ ବିଜେଡ଼ି ସମର୍ଥକ ଅଭିଯୋଗ କରି କଂଗ୍ରେସ କର୍ମୀଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ, ମାତ୍ର ଏହାକୁ କେନ୍ଦ୍ରକରି ସନ୍ଧ୍ୟାରେ ପୁଣି ଉଭୟ ଦଳ ବିଜେଡ଼ି ସମର୍ଥକ କଂଗ୍ରେସ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଲ ରେ ପ୍ରତିପକ୍ଷଙ୍କ କଟୁରୀ ଚୋଟ ରେ ସେହି ଗ୍ରାମର ବସନ୍ତ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।