ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା,୦୮/୦୨: (ସଂକେତ ଟିଭି) ରାଉରକେଲା ଏଡିଏମ ଅଫିସ୍ ର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ମନୋରଞ୍ଜନଙ୍କ ବିରୋଧରେ ପୂର୍ବରୁ ସରକାରୀ ଅର୍ଥ ଆତ୍ମସାତ ଦୁର୍ନୀତି ଅଭିଯୋଗ ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଭିତ୍ତି କରି ଏହି ଚଢାଉ କରାଯାଇଛି ।

ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଆଜି ସକାଳୁ ଏକ ସମୟରେ ୫ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏକା ସାଙ୍ଗରେ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ଘରେ ଚଢାଉ ଜାରି ରହିଥିବାବେଳେ ଭୁବନେଶ୍ୱର ଗୋଠପାଟଣା ଓ ଯାଜପୁର କଳିଙ୍ଗ ନଗର ଘରେ ଚଢାଉ ଜାରି ରହିଛି । ଏହାସହ ରାଉରକେଲା ଏଡିଏମ ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

ଭିଜିଲାନ୍ସ ବିଭାଗର ଏହି ଚଢାଉରେ ପାଞ୍ଚ ଜଣ ଡିଏମପି, ପାଞ୍ଚ ଜଣ ଇନ୍ସପେକ୍ଟର ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି । ତେବେ ଚଢାଉ ପ୍ରକ୍ରିୟା ଜାରି ରହି ଥିବାବେଳେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, କିଛି ନଗଦ ଟଙ୍କା, ସୁନା ଅଳଙ୍କାର, ବ୍ୟାଙ୍କ ପାସ ବୁକ, ଫିକ୍ସଡ ଡିପୋଜିଟ ପରି ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଛି ।

ଅପରପକ୍ଷେ ପ୍ରତିକ୍ରିୟା ଦେଇ ମନୋରଞ୍ଜନ ନାୟକ କହିଛନ୍ତି ଯେ, ମୋ ପାଖରେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ, ଯାହାବି କରିଛି ତାଙ୍କ ୩୩ ବର୍ଷ ଚାକିରି ଜୀବନର ଉପାର୍ଜନ କରିଛନ୍ତି , ସେ କୌଣସି ଦୁର୍ନୀତି କରି ନାହାନ୍ତି ।