ବଡଭାଇକୁ ଠେଙ୍ଗାରେ ପିଟି ମାରିଦେଲା ସାନ ଭାଇ

ବସ୍ତା,୦୯/୦୨: (ପ୍ରଶାନ୍ତ ସେନାପତି) ସାନ ଭାଇର ଠେଙ୍ଗା ଆକ୍ରମଣରେ ବଡଭାଇ ମୃତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଭେଲପୁରା ଗ୍ରାମରେ ଏହି ଘଟଣା ଘଟିଛି । ଜମିଜମା ବିବାଦକୁ କେନ୍ଦ୍ର କରି ସାନଭାଇ ର ବଡଭାଇ ହତ୍ଯା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଭେଲପୁରା ଗ୍ରାମର ମୃତ୍ଯୁଞ୍ଜୟ ପ୍ରଧାନ ଏବଂ ରତ୍ନାକର ପ୍ରଧାନ ମଧ୍ଯରେ ଦୀର୍ଘଦିନ ଧରି ଜମିଜମା କୁ ନେଇ ଗଣ୍ତଗୋଳ ଲାଗି ରହିଥିଲା । ଆଜି ଏହାକୁ ନେଇ ଦୁଇଭାଇ ଙ୍କ ମଧ୍ଯ ରେ ଗଣ୍ତଗୋଳ ଉଗ୍ରରୂପ ନେଇଥିଲା । ସାନ ଭାଇ ରତ୍ନାକର ବଡଭାଇ କୁ ଠେଙ୍ଗା ରେ ଆକ୍ରମଣ କରିଥିଲା । ବଡଭାଇକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ବର ହସପିଟାଲ ରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ଯ ପକ୍ଷରେ ଅଭିଯୁକ୍ତ ସାନଭାଇ ମୃତ୍ଯୁଞ୍ଜୟ ବାଲିଆପାଳ ଥାନା ରେ ଆତ୍ମସମର୍ପଣ କରିଛି । ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।