ଓମିକ୍ରନ୍ ପରବର୍ତ୍ତୀ ଭାରିଆଣ୍ଟ ଅଧିକ ମାରାତ୍ମକ ହେବ
ନୂଆଦିଲ୍ଲୀ, ୧୦/୦୨: (ସଂକେତ ଟିଭି) ଓମିକ୍ରନ୍ କୋଭିଡର ଶେଷ ଭାରିଆଣ୍ଟ ନୁହେଁ । ଏହାର ପରବର୍ତ୍ତୀ ଭାରିଆଣ୍ଟଟି ଅଧିକ ସଂକ୍ରାମକ ଓ ପୂର୍ବ ଭାରିଆଣ୍ଟ ଠାରୁ ଅତ୍ୟଧିକ ମାରାତ୍ମକ ବା ଜୀବନ ହାନିକାରକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ହୁ ର ଇପିଡୋମିଲଜିଷ୍ଟ ଡକ୍ଟର ମାରିଆ ଭ୍ୟାନ୍ କ୍ରେକ୍ହୋବ୍ ଏନେଇ ସତର୍କ କରାଇଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଓମିକ୍ରନ୍ ସମେତ ଅନ୍ୟ କୋଭିଡ ଭାରିଆଣ୍ଟ ଠାରୁ ଏହା ଅଧିକ ମାରାତ୍ମକ ହୋଇପାରେ । ମହାମାରୀର ଚାପ ଏବେବି ବଳବତ୍ତର ରହିଛି । ଭବିଷ୍ୟତରେ ଆସିବାକୁ ଥିବା ଭାରିଆଣ୍ଟଟି ବର୍ତ୍ତମାନର ଓମିକ୍ରନ୍ ଠାରୁ ଅଧିକ ସାଂଘାତିକ ହୋଇପାରେ । ପରବର୍ତ୍ତି ଭାରିଆଣ୍ଟଟି ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଯାହା ଅଧିକ ସଂକ୍ରମକ ହୋଇପାରେ । କାରଣ ଏହା ବର୍ତ୍ତମାନର ଭାରିଆଣ୍ଟକୁ ଅତିକ୍ରମ କରିଯିବ । ତେବେ ଏହି ଭାରିଆଣ୍ଟଟି ଅଧିକ କି କମ୍ ଗୁରୁତ୍ୱର ହେବ ତାହା ଭବିଷ୍ୟତରେ ଜଣାପଡିବ ।
ସେ କହିଛନ୍ତି ଯେ ପରବର୍ତ୍ତୀ ଭାରିଆଣ୍ଟଟି ରୋଗ, ପ୍ରତିରୋଧକ ଶକ୍ତିକୁ ମଧ୍ୟ ନଷ୍ଟ କରିଦେବାସହ ବର୍ତ୍ତମାନ ଦିଆଯାଉଥିବା ଟିକା ଏହା ଉପରେ କମ୍ ଫଳପ୍ରଦ ହେବ । ଓମିକ୍ରନ୍ରୁ ଟିକା ନେଇଥିବା ବ୍ୟକ୍ତି ଅଧିକ ଅସୁସ୍ଥ ହେଲେନାହିଁ । ସେଥିପାଇଁ ସଂକ୍ରମିତ ଅଧିକ ହେଲେବି ଏହାର ଗୁରୁତ୍ତର ହୋଇନଥିଲା । ତେବେ ପରବର୍ତ୍ତୀ ଭାରିଆଣ୍ଟଟି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟମ ବାଦ୍ ଦେବନାହିଁ । ୨୦୨୦ରେ ଭାରତରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଯାହା ସବୁଠୁ ଚିନ୍ତାଜନକ ଥିଲା ।
ଆଲଫା ଠାରୁ ଡେଲ୍ଟା ଭାରିଆଣ୍ଟ ଅଧିକ ବେଗରେ ସଂକ୍ରମିତ କରୁଥିଲା । ଡେଲ୍ଟା ଭାରିଆଣ୍ଟଟି ଏବେବି ଅନେକ ଦେଶରେ ରହିଛି । ଯଦିଓ ଦୈନିକ ସଂକ୍ରମଣ ହ୍ରାସ ପାଉଛି ତେବେ ଜୀବନ ମଧ୍ୟ ଅଧିକ ଯାଉଛି । ଜୁନ୍ ୨୦୨୧ରେ ବି୍ରଟେନ୍, ଇସ୍ରାଏଲ୍, ଋଷିଆ, ଅଷ୍ଟ୍ରେଲିଆ, ଓ ବିଶ୍ୱରେ ଅନ୍ୟାନ୍ୟ ଦେଶରେ ସଂକ୍ରମିତ ବୃଦ୍ଧି ପାଇଥିଲା । ୨୦୨୧ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଏହା ଡେଲ୍ଟା ଭାରିଆଣ୍ଟକୁ ମାତ୍ ଦେଇ ଆଗକୁ ବଢ଼ିଥିଲା । ଯଦିଓ ଏହା ସାମାନ୍ୟ ଥିଲା ଡେଲଫାଠାରୁ ଅଧିକ ଏହା ୨ ରୁ ୪ ଗୁଣ ଅଧିକ ସଂକ୍ରାମକ ହୋଇଥିଲା । କରୋନା ଭାଇରସ୍ ଦୁର୍ବଳ ହେବାର କୌଣସି ଗ୍ୟାରେଣ୍ଟି ନାହିଁ । ଆମକୁ ଏହା ସହ ବଞ୍ଚିବାକୁ ପଡିବ ।