ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଡିଏମଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁ୍ନ୍ଦରଗଡ, ୧୧/୦୨: (ସଂକେତ ଟିଭି) ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ ସମେତ ଭୁବନେଶ୍ବର, ଜଗତସିଂହପୁରରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ।

ଏଡିଏମ୍ ବିଶ୍ବଜିତ୍ ମହାପାତ୍ରଙ୍କ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ସ୍ଥିତ ଘର, ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫ୍ଲାଟ୍, ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘର, ଜଗତସିଂହପୁର ମଣିଜଙ୍ଗା ସ୍ଥିତ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡ ସ୍ଥିତ ସରକାରୀ ବାସଭବନ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ଥିବା ତାଙ୍କ ଚାମ୍ବର, ରାଜଗାଙ୍ଗପୁର ସ୍ଥିତ ଓସିଏଲ କ୍ୟାମ୍ପସରେ ଚଢାଉ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ ୱାରେଣ୍ଟ ବଳରେ ଚାଲିଛି ଚଢାଉ ।