ବିଏମଡବ୍ଲୁ୍ ଏମ୍ ୪ କମ୍ପିଟିସନ କୂପେର ଶୁଭାରମ୍ଭ

ନୂଆଦିଲ୍ଲୀ, ୧୨/୦୨: (ସଂକେତ ଟିଭି)ବିଏମଡବ୍ଲୁ୍ ଗ୍ରୁପ ଇଣ୍ଡିଆ ପକ୍ଷରୁ ବିଏମଡବ୍ଲୁ୍ ଏମ୍୪ କମ୍ପିଟିସନ କୁପେର ଶୁଭାରମ୍ଭ କରାଯାଇଛି । ଏହି ପେସ-ସେଟିଙ୍ଗ ହାଇ – ପରଫରମାନ୍ସ ସ୍ପୋର୍ଟସ କାର ଏକ କମ୍ପ୍ଲିଟିଲି ବିଲ୍ଟ-ଅପ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହୋଇଯାଇଛି ।

ଏହା ସମ୍ପର୍କରେ ବିକ୍ରମ ପୱା, ଅଧ୍ୟକ୍ଷ ବିଏମଡବ୍ଲୁ୍ ଗ୍ରୁପ ଇଣ୍ଡିଆ କହିଛନ୍ତି ଯେ, “ଗତ ୫୦ ବର୍ଷ ଧରି ବିଏମଡବ୍ଲୁ୍ ଏମ ସେହିମାନଙ୍କ ପାଇଁ ଦଣ୍ଡାୟମାନ ହୋଇ ରହିଛି ଯେଉଁମାନେ ଉଚ୍ଚ କ୍ଷମତା ଏବଂ ସର୍ବୋଚ୍ଚତାକୁ ଉପଭୋଗ କରନ୍ତି । ଅଲ ନ୍ୟୁ ବିଏମଡବ୍ଲୁ୍ ଏମ୍୪ କମ୍ପିଟିସନ କୁପେ ଭିନ୍ନ ମିଶ୍ରଣ ସହିତ ଏକ ସମ୍ପୂର୍ଣ୍ଣ ନୂଆ ସ୍ତରରେ ଏକ ସାଲୀସବିହୀନ ଟ୍ରାକ ଏବଂ ଷ୍ଟ୍ରିଟ ଅନୁଭୂତି ପ୍ରଦାନ କରୁଛି । ଉନ୍ନତ ଇିନିୟରିଙ୍ଗ ଅନନ୍ୟ ଡ୍ରାଇଭିଙ୍ଗ ଡାଇନାମିକ୍ସ, ଆଡ୍ରେନାଲାଇନ- ଫୁଏଲ୍ଡ ବଡି ଷ୍ଟାଇଲିଙ୍ଗ, ଆକର୍ଷକ ରାସ୍ତା ଉପସ୍ଥିତିର ପ୍ରତିଶ୍ରୁତି ଦେଇଥାଏ, ଯେବେକି ଏହାର ମୋଟରସ୍ପୋର୍ଟ ଶୃଙ୍ଖଳର ଲୋକପ୍ରିୟ ବିରାସତକୁ ବଜାୟ ରଖିଛି ।