ଡିଜେ ଗାଡ଼ି ଜାଳି ଦେଲେ ଦୁର୍ବୁତ୍ତ

ସିମୁଳିଆ, ୧୨/୦୨: (ଯାଦବାନନ୍ଦ ଦାସ) ପୂର୍ବ ଶତ୍ରୁତାକୁ ନେଇ ଜାଳି ଦେଲେ ଡିଜେ ଗାଡ଼ି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କ୍ଷୀରକୋଣା ମଳିକ ସାହିରେ।

ସୂଚନା ଅନୁଯାୟୀ ଡମ୍ବୁରୁଧର ମଳିକ ତାଙ୍କ ଘର ସାମ୍ନାରେ ଡିଜେ ଗାଡି ରଖିଥିବା ବେଳେ କେହି ଦୁର୍ବୁତ୍ତ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ଜାଳି ଦେଇଥିଲା । ଏନେଇ ଡମ୍ବରୁଧର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳିଆ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଡମ୍ବୁରୁଧର ମଳିକ ୱାର୍ଡ ସଭ୍ୟ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ରାଜନୀତି ହିଂସାକୁ ନେଇ ତାଙ୍କର ଡିଜେ ଗାଡିକୁ ଦୁର୍ବୁତ୍ତ ମାନେ ଜାଳି ଦେଇଥିବା ସନ୍ଦେହ କରୁଥିବା କହିଛନ୍ତି।