ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ, ବିଏମଡବ୍ଲୁ କାର୍ ସମେତ ଅମାପ ସଂପତ୍ତି ଠାବ

କଟକ, ୧୫/୦୨: (ସଂକେତ ଟିଭି) ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଭିଜିଲାନ୍ସ ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି । ତାଙ୍କ ଘରୁ ୧ କୋଟି ୧୧ ଲକ୍ଷ ଟଙ୍କା ମୂଲ୍ୟ ବିଏମଡବ୍ଲ୍ୟୁ କାର , ୨୨ ଲକ୍ଷ ଟଙ୍କାର ରକେଟ୍ ଥ୍ରି ବାଇକ୍ ଜବତ ହୋଇଛି । କେବଳ ବିଏମଡବ୍ଲ୍ୟୁ କାର ନୁହେଁ ଏହା ବ୍ୟତୀତ ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲବ୍ଲେଜର କାର୍ ବି ଠାବ ହୋଇଛି। ତ୍ରିନାଥ ମିଶ୍ରଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ବି ଜବତ ହୋଇଛି। ୨୮ଟି ଆକାଉଣ୍ଟ ବି ଠାବ କରାଯାଇଛି।

ତାଙ୍କର ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ବ୍ୟବସାୟ ଥିବା ଜଣାପଡିଛି । ଶାନ୍ତିଲତା କେୟାର, ଶାନ୍ତି ଡ୍ରଗ ହାଉସ ରହିଛି । ତାଙ୍କର ଦୁଇ ପୁଅ ବ୍ୟବସାୟ ପରାଚାଳନା କରୁଥିଲେ । ଏଥିସହ ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ରହିଛି । ବଡ଼ଚଣାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ରହିଛି । ଚଢାଉ ବେଳେ ସାଢେ ତିନି ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ୪ଟାରୁ ତ୍ରିନାଥଙ୍କ କଟକ ସରକାରୀ ଘର ଭୁବନେଶ୍ବର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି । ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ ଭିଜିଲାନ୍ସ ଛାପା ମାରିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଜିଲ୍ଲା ବିରିଡି ଦଳେଇଘାଇରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ୍ ହୋଇଛି । କଟକ ତୁଳସିପୁରରେ ଥିବା ଅଫିସ, ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଛି ।