ଉପଗ୍ରହ ଭିତ୍ତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ

ନୂଆଦିଲ୍ଲୀ, ୧୫/୦୨: (ସଂକେତ ଟିଭି) ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତ୍ତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବା ଜିଓ ପ୍ଲାଟଫର୍ମ୍ସ୍ ଏବଂ ଏସ୍ଇଏସ୍ ନିକଟରେ ଏହି ମିଳିତ ଉଦ୍ୟୋଗରେ ଯଥାକ୍ରମେ ୫୧% ଓ ୪୯% ଇକ୍ବିଟି ଅଂଶ ରହିବା ଏହି ମିଳିତ ଉଦ୍ୟୋଗ ମଲଟି ଅର୍ବିଟ ସ୍ପେଶ୍ ନେଟଓ୍ୱର୍କର ଉପଯୋଗ କରି ସେବା ଯୋଗାଇବ ।

ଏହି ନେଟଓ୍ୱର୍କରେ ଜିଓଷ୍ଟେସନାରୀ (ଜିଇଓ) ଏବଂ ମିଡିୟମ ଆର୍ଥ ଅର୍ବିଟ (ଏମ୍ଇଓ) ଉପଗ୍ରହଗୁଡିକର ଉପଯୋଗ କରାଯିବା ନେଟଓ୍ୱର୍କର ମଲଟି ଗିଗାବିଟ୍ ଲିଙ୍କରୁ ଭାରତ ସମେତ ପଡୋଶୀ ରାଷ୍ଟ୍ରଗୁଡିକର ବ୍ୟବସାୟିକ, ମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୁକ୍ତ କରାଯାଇପାରିବ ।

ଏସ୍ଇଏସ୍ ୧୦୦ ଜିବିପିଏସ୍ କ୍ଷମତା ଉପଲବ୍ଧ କରାଇବ, ଯାହାକୁ ଜିଓ ନିଜର ମଜଭୁତ ବିକ୍ରୟ ନେଟଓ୍ୱର୍କ ଜରିଆରେ ବିକ୍ରି କରିବ । ନିବେଶ ଯୋଜନାର ଅଂଶ ସ୍ୱରୂପ ମିଳିତ ଉଦ୍ୟୋଗ ଦେଶ ଭିତରେ ସେବା ପ୍ରଦାନ କରିବା ଲାଗି ଭାରତରେ ବ୍ୟାପକ ଗେଟେଓ୍ୱ ଭିତ୍ତିଭୂମି ବିକଶିତ କରିବ ।

ଏହି ଚୁକ୍ତି ମୁତାବକ ଜିଓ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାରର ଗେଟେଓ୍ୱ ଏବଂ ଉପକରଣ ଖରିଦ କରିବା ମିଳିତ ଉଦ୍ୟୋଗରେ ଏସ୍ଇଏସ୍ ନିଜର ଆଧୁନିକ ଉପଗ୍ରହ ସେବାକୁ ଉପଲବ୍ଧ କରାଇବାବେଳେ ଜିଓ ଗେଟେଓ୍ୱ ଭିତ୍ତିଭୂମିର ପରିଚାଳନା ଏବଂ ଦେଖାଶୁଣା କରିବା ।

କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ କୋଭିଡ-୧୯ ଆମକୁ ନୂତନ ଡିଜିଟାଲ ଅର୍ଥବ୍ୟବସ୍ଥାରେ ପୂର୍ଣ୍ଣ ସହଭାଗିତା ପାଇଁ ବ୍ରଡ୍ୱ୍ୟାଣ୍ଡ୍ ପର୍ଯ୍ୟନ୍ତ ପହଞ୍ଚିବା ଜରୁରୀ ବୋଲି ଶିଖାଇଛି । ଏହି ମିଳିତ ଉଦ୍ୟୋଗ ଭାରତକୁ ଡିଜିଟାଲ ସେବା ସହିତ ଦୃଢ ଭାବରେ ସଂଯୁକ୍ତ କରିବ । ଏଥିସହିତ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା, ସରକାରୀ ସେବା ଏବଂ ଶିକ୍ଷା ଆଦି ଉପଲବ୍ଧ କରାଇବାରେ ସହାୟକ ହେବ ।

ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, ଆମେ ନିଜର ଫାଇବର ଭିତିକ ସଂଯୋଗିକରଣ ଏବଂ ଏଫଟିଟିଏଚ୍ ବ୍ୟବସାୟ ସହିତ ୫ଜିରେ ନିବେଶ ଜାରି ରଖିବୁ । ସେହି ସମୟରେ ଏସ୍ଇଏସ୍ ସହିତ ଏହି ନୂଆ ମିଳିତ ଉଦ୍ୟୋଗ ମଲଫି ଗିଗାବିଟ୍ ବ୍ରଡବ୍ୟାଣ୍ଡ୍ର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଉପଗ୍ରହ ଯୋଗାଯୋଗ ସେବା ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ କଭରେଜ ଏବଂ କ୍ଷମତା ସହିତ ଜିଓ ଦୂରଦୂରାନ୍ତ ସହର ଓ ଗ୍ରାମ, ବ୍ୟବସାୟିକ ଉଦ୍ୟୋଗ, ସରକାରୀ ପ୍ରତିଷ୍ଠାନ ଏବଂ ଉପଭୋକ୍ତାଙ୍କୁ ନୂଆ ଡିଜିଟାଲ ଭାରତ ସହିତ ସଂଯୁକ୍ତ କରିବା ଆମେ ଏସ୍ଇଏସର ଉପଗ୍ରହ ଉଦ୍ୟୋଗରେ ବିଶେଷ ସେବା ସହିତ ସଂଯୁକ୍ତ ହେବାନେଇ ଉତ୍ସାହିତ ଅଛୁ ।

ଏସଇଏସର ସିଇଓ ଷ୍ଟିଭ କାଲର କହିଛନ୍ତି, ଜିଓ ପ୍ଲାଟଫର୍ମ୍ସ ସହିତ ମିଳିତ ଉଦ୍ୟୋଗ ଏହାର ଏକ ଅନନ୍ୟ ଉଦାହରଣ ଯେ ଏସଇଏସ୍ କିଭଳି ଉଚ୍ଚ ଗୁଣବତା ଭିତିକ ସଂଯୋଗକାରୀ ସେବା ପ୍ରଦାନ କରିବାକୁ ସର୍ବାଧିକ ବ୍ୟାପକ ଭୂପୃଷ୍ଠ ନେଟଓ୍ୱର୍କର ସହଭାଗୀ ହୋଇପାରୁଛି ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ । ଆମେ ଏହି ମିଳିତ ଉଦ୍ୟୋଗ ପାଇଁ ପ୍ରସ୍ତୁତ ଅଛୁ ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ମିଳିତ ଉଦ୍ୟୋଗ ଧାନମନ୍ତ୍ରୀଙ୍କ ଗତି ଶକ୍ତି, ମଲଟି ମୋଡାଲ କନେକ୍ଟିଭିଟି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍’କୁ ଆଗକୁ ବଢାଇବାର ମାଧ୍ୟମ ପାଲଟିବା ଯାହା ବୁନିଆଦି ଢାଞ୍ଚାକୁ ସୁଦୃଢ କରି ଏକିକୃତ ଏବଂ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ଦିଗରେ ସହାୟକ ହେବା ଏହା ଭାରତୀୟ ନାଗରିକମାନଙ୍କ ପାଇଁ ବ୍ରଡବ୍ୟାଣ୍ଡ୍ କନେକ୍ଟିଭିଟିର ବିସ୍ତାର କରି, ରାଷ୍ଟ୍ରୀୟ ଡିଜିଟାଲ ସଞ୍ଚାର ନୀତି ଏବଂ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ କନେକ୍ଟ ଇଣ୍ଡିଆର ଲକ୍ଷ୍ୟଗୁଡିକୁ କ୍ଷିପ୍ର ଗତିରେ ଆଗକୁ ବଢାଇବ ।