ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

କୋରାପୁଟ ୧୮।୦୨ : (ସଂକେତ ଟିଭି) କୋରାପୁଟ ଜିଲ୍ଲା ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି ।

ଭୁବନେଶ୍ୱର ପୋଖରୀପୁଟର କୋନିକା ଆପାର୍ଟମେଣ୍ଟରେ ଥିବା ଘର, ପାରଳାଖେମୁଣ୍ଡି ବି. ସୀତାପୁରର ପୈତୃକ ଘର, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ ଶକ୍ତିନଗରରେ ଥିବା ୨ମହଲା କୋଠାରେ ଏହି ଚଢାଉ ଚାଲିଛି । ଏହାସହ ସୁନାବେଡାରେ ଥିବା ଏନଏସି ଅଫିସ ଓ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଛାପା । ଏହି ଭିଜିଲାନ୍ସ ଚଢ଼ାଉରେ ୫ ଡିଏସପି, ୮ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।