ନକଲି ମସଲା ଫ୍ୟାକ୍ଟ୍ରି ଠାବ କଲା କଟକ ପୋଲିସ

କଟକ ୧୯/୦୨ : (ସଂକେତ୍ ଟିଭି) କଟକରେ ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି । ପୋଲିସ ସେହି ଫ୍ୟାକ୍ଟ୍ରିରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ କରିଛି । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଏହି ନକଲି ମସଲା କାରଖାନା ଦୀର୍ଘଦିନ ହେବ ଚାଲୁଥିଲା । କମ୍ପାନୀ ମାଲିକ ଅଜୟ ଦାସଙ୍କୁ ପୋଲିସ ଅଟକ ରଖିଛି ।