୭ ମିନିଟ୍ ପାଇଁ ବିଶ୍ୱର ସବୁଠୁ ବଡ଼ ଧନୀହେଲେ ମାକ୍ସଫସ୍

ନୂଆଦିଲ୍ଲୀ , ୧୯।୨: (ସଂକେତ ଟିଭି) ବିଶ୍ୱରେ ମାତ୍ର ୭ ମିନିଟ୍ ପାଇଁ ସବୁଠୁ ବଡ଼ ଧନୀ ହୋଇଛନ୍ତି ଇଂଲଣ୍ଡର ମାକ୍ସଫସ୍ । ସେ ବିଶ୍ୱର ସବୁଠାରୁ ବଡ଼ ଧନୀ ଟେସଲା ର ସଂସ୍ଥାପକ ଏଲ୍.ଏନ୍. ମକ୍ସଙ୍କୁ ପଛରେ ପକାଇଥିଲେ । ଏଲ୍.ଏନ୍.ଙ୍କ ସମ୍ପତ୍ତିର ଦୁଇଗୁଣା ଅଧିକ ସମ୍ପତ୍ତି ମାତ୍ର ୭ ମିନିଟ୍ ପାଇଁ ମାକ୍ସଫସ୍ ଅକ୍ତିଆର କରିପାରିଥିଲେ ।

ସେ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ପକାଇଥିଲେ । ଏପର୍ଯ୍ୟନ୍ତ ୫.୭୫ ଲକ୍ଷ ଭିୟୁ ହାସଲ କରିଛନ୍ତି । ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ମାକ୍ସଫସ୍ । ତାଙ୍କର କହିବା ଅନୁଯାୟୀ ଅସୀମିତ ଟଙ୍କା ଓ ୧୦ ବିଲିୟନ ସେୟାର ଥିବା ଲିମିଟେଡ଼ କମ୍ପାନୀ ଗଠନ କରି ଏହାକୁ ପଞ୍ଜିକୃତ କରିଛି ।

ଏଥିରେ ବିନିଯୋଗ ପାଇଁ ପ୍ରତି ସେୟାରକୁ ୫୦ ପାଉଣ୍ଡରେ ବିକ୍ରୟ କରେ । ଯାହାଫଳରେ ମୋର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଲ୍.ଏନ୍. ମକ୍ସଙ୍କୁ ପଛରେ ପକାଇ ସୀମିତ ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ସ୍ଥାନ ଅଧିକାର କରିପାରିଛି । ତେଣୁ ଅଦମ୍ୟ ଚେଷ୍ଟା ଓ ଦୃଢ଼ ମନୋବଳ ରହିଲେ ଅସମ୍ଭବକୁ ସମ୍ଭବ କରିପାରେ ।