ଆମେରିକା ନକଲି ବଜାର ତାଲିକାରେ ଭାରତର ବଜାର

ନୂଆଦିଲ୍ଲୀ, ୨୦।୨: (ସଂକେତ ଟିଭି)ଭାରତର ଏମିତି କିଛି ବଜାର ରହିଛି ଯେଉଁଠାରେ ସଦାସର୍ବଦା ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ । ଲକ୍ଷ ଲକ୍ଷ ଲୋକ ବଜାରରେ କିଣାକିଣି କରିଥାନ୍ତି । ପ୍ରାୟ ଲୋକଙ୍କ କିଣାକିଣି କରିବାରେ ମଧ୍ୟ ସଉକ ରହିଥାଏ । ହେଲେ ସେହି ବଜାର ଆଉ କିଣାକିଣି କରିବାକୁ ନେଇ ଆସିଛି ଏକ ବଡ଼ ଖବର ।

ରାଜଧାନୀ ନୂଆଦିଲ୍ଲୀର ବଜାରରେ ହୋଇଛି ଏମିତି କିଛି । ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ନୂଆଦିଲ୍ଲୀ ପାଲିକା ବଜାର ଏବଂ ଭାରତର ଇ-ବାଣିଜ୍ୟ ଓ୍ୱେବସାଇଟ୍ ଇଣ୍ଡିଆମାର୍ଟ ସମେତ ପାଞ୍ଚଟି ଭାରତୀୟ ବଜାରରେ ବିକ୍ରି ହେଉଛି ଚୋରା ଜିନିଷ । ଏଥିପାଇଁ ଆମେରିକାର ବାଣିଜ୍ୟ ଏଜେନ୍ସି ଦ୍ୱାରା ଏହାକୁ ନକଲି ମାର୍କେଟ ବୋଲି କୁହାଯାଇଛି । ଆମେରିକାର ଏହି ଏଜେନ୍ସି ତାଲିକାରେ ୪୨ ଟି ଅନଲାଇନ୍ ଏବଂ ୩୫ଟି ପାରମ୍ପାରିକ ବଜାର ରହିଛି ।

ନୂଆଦିଲ୍ଲୀର ପ୍ରସିଦ୍ଧ ପାଲିକା ବଜାର ଏବଂ ଭାରତର ଇ- ବାଣିଜ୍ୟ ଓ୍ୱେବସାଇଟ୍ ଇଣ୍ଡିଆମାର୍ଟ ସମେତ ପାଞ୍ଚଟି ଭାରତୀୟ ବଜାର ଏଥିରେ ରହିଛିା ଅନ୍ୟ ତିନୋଟି ଭାରତୀୟ ବଜାର, ମୁମ୍ବାଇର ହୀରା ପାନ୍ନା ମାର୍କେଟ, କୋଲକାତାର କିଡର୍ପୁର ମାର୍କେଟ ଏବଂ ଦିଲ୍ଲୀର ଟ୍ୟାଙ୍କ ରୋଡ ମାର୍କେଟ ମଧ୍ୟ ଆମେରିକା ନଜରରେ ରହିଛି ନକଲି ବଜାର ।

ଏହି ଘଟଣାକୁ ନେଇ ୟୁଏସଟିଆର ମଧ୍ୟ ଚେତାବନୀ ଦେଇଛି । ୟୁଏସଟିଆର କହିଛି ଏହି ବଜାରରେ ବିକ୍ରି ହେଉଥିବା ନକଲି ସାମଗ୍ରୀ ପ୍ରତି ସାବଧାନ ରୁହନ୍ତୁ । ଏହି ସାମଗ୍ରୀ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ୟୁଏସଟିଆର କହିଛି । ଆମେରିକାର ନକଲି ବଜାର ତାଲିକାରେ ନୂଆଦିଲ୍ଲୀର ପାଲିକା ବଜାର ରହିଥିବାରୁ କିଛି ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପାଲିକା ବଜାର ଆସୋସିଏସନର ମୁଖ୍ୟ ଦର୍ଶନ ଲାଲ କାକର ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଲାଲ କାକର କହିଛନ୍ତି ଆମେରିକାର ନକଲି ବଜାର ତାଲିକାରେ ପାଲିକା ବଜାର ରହିଥିବା କଥା ଜାଣି ଆମେ ଆଶ୍ଚର୍ଯ୍ୟା କାରଣ ଏଠାକୁ ହଜାର ହଜାର ଲୋକ କିଣାକିଣି କରିବାକୁ ଆସିଥାନ୍ତିା ଏଠାରେ ୧୫ ହଜାର ଲୋକ ଏକାଥରେ କିଣାକିଣି କରିବାର ସୁବିଧା ରହିଛି ।