ଭାରିଏଣ୍ଟ ବିଏ.୨ ଚିନ୍ତାଜନକ, ପୁଣି ଥରେ ଆସିପାରେ କରୋନା ଲହର : ବିଶ୍ବ ସ୍ବାସ୍ଥ୍ଯ ସଂଗଠନ

ନୂଆଦିଲ୍ଲୀ, ୨୨।୨: (ସଂକେତ ଟିଭି) ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଓମିକ୍ରନର ନୂଆ ଭାରିଏଣ୍ଟ ବିଏ.୨କୁ ଚିନ୍ତାଜନକ ଭାରିଏଣ୍ଟ ଭାବେ ଘୋଷଣା କରିବାର ଆବଶ୍ୟକତା ରହିଛି । ଇପିଡେମିଲୋଜିଷ୍ଟ ଡକ୍ଟର ଇରିକ୍ ଫେଗଲ ଡିଙ୍କ୍ ଏହା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଏବେ ଶତପ୍ରତିଶତ ଏହି ଭାରିଏଣ୍ଟ ନେଇ ସୂଚନା ମିଳିଲାଣି । ତେଣୁ ହୁ’ ପକ୍ଷରୁ ଏହି ଭାରିଏଣ୍ଟକୁ ଅତ୍ୟଧିକ ବିପଦପୂର୍ଣ୍ଣ ବା ଚିନ୍ତାଜନକ ବୋଲି ଘୋଷଣା କରାଯାଉ ।

ଟୋକିଓ ବିଶ୍ୱବିଦ୍ୟାଳୟର ଜାପାନୀ ଗବେଷକମାନଙ୍କ ଦ୍ୱାରା ନିକଟରେ ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ଏଥିରେ ଜଣାପଡିଛି ଯେ, ବିଏ.୧ ଓ ବିଏ.୨ ଯାହା ଓମିକ୍ରନର ସବଭ୍ଯାରିଆଣ୍ଟ ତାହା କୋଭିଡ୍ ଟିକା ଦ୍ୱାରା ବୃଦ୍ଧି ପାଇଥିବା ଇମ୍ୟୁନିଟିକୁ ମଧ୍ୟ ମାତ୍ ଦେଇପାରେ । ସେମାନେ ଉଲ୍ଲେଖ କରିଛନ୍ତି ଯେ, ବିଏ.୨ ଭାରିଏଣ୍ଟ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବିଫଳ ହେଉଛି । ଦକ୍ଷିଣ ଆଫ୍ରିକା ଓ ବୋଷ୍ଟାନାରେ ପ୍ରଥମ ଓମିକ୍ରନ ଭାରିଏଣ୍ଟ ୨୦୨୧ ନଭେମ୍ବରରେ ଚିହ୍ନଟ ହୋଇଥିଲା । ଏହାପରେ ବିଏ.୧ ସବଭ୍ୟାରିଏଣ୍ଟ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ସଂକ୍ରମିତ କରିଥିଲା । ସେ ଡେଲ୍ଟା ଭାରିଏଣ୍ଟ ଠାରୁ ଏହା ଅଧିକ ସଂକ୍ରମିତ ହୋଇଥିଲା । ଚଳିତବର୍ଷ ଫେବୃଆରୀରେ ଓମିକ୍ରନର ଆଉ ଏକ ସବଭ୍ଯାରିଆଣ୍ଟ୍ ବିଏ.୨ ଚିହ୍ନଟ ହୋଇଛି ।

ଡେନମାର୍କ ଓ ବ୍ରିଟେନରେ ଏହା ସଂକ୍ରମିତ କରିଛି । ଏହା ବିଏ.୧କୁ ଅତିକ୍ରମ କରିସାରିଛି । ମୂଳ ଓମିକ୍ରନ ଠାରୁ ଏହା ଅଧିକ ସଂକ୍ରାମକ ବୋଲି ଗବେଷକମାନେ ମତ ଦେଇଛନ୍ତି । ବିଏ.୨କୁ ଓମିକ୍ରନର ନୂଆ ଭାରିଏଣ୍ଟ ଭାବେ ବିଚାର କରାଯାଉଛି । ଜେନୋମିକ୍ ସିକ୍ୱିଏନ୍ସରେ ଏହା ବିଏ.୧ଠାରୁ ଅଧିକ ପୃଥକ୍ ବୋଲି ମଧ୍ୟ ଜଣାପଡିଛି । ଏହାର ଚରିତ୍ର ମଧ୍ୟ ପୂର୍ବ ଭାରିଆଣ୍ଟ ଠାରୁ ଭିନ୍ନ । ଲାବ୍ରୋଟୋରୀରେ ହୋଇଥିବା ପରୀକ୍ଷାରୁ ଜଣାପଡିଛି ଯେ, ଏହା ନୂଆ ଭାରିଏଣ୍ଟଟି ଅଧିକ ଗୁରୁତର କରିବ ଯାହା ଡେଲ୍ଟା ଠାରୁ ମଧ୍ୟ କ୍ଷତିକାରକ । ଏହା ଖୁବ ଶିଘ୍ର ସଂକ୍ରମିତ କରିପାରେ ।