ଲୁଟ ପରେ ଏଟିଏମ୍ ଜାଳିଦେଲେ ଦୁର୍ବୁତ୍ତ

ବସ୍ତା, ୨୫।୨: (ପ୍ରଶାନ୍ତ ସେନାପତି ) ଗ୍ୟାସ କଟରରେ ଏଟିଏମକୁ କାଟି ଲକ୍ଷାଧିକ ଟଙ୍କା ଲୁଟି ଏଟିଏମ ମେସିନକୁ ବି ଜାଳିଦେଲେ ଦୁର୍ବୁତ୍ତ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ରାଜଘାଟ ପବନ ମାର୍କେଟରେ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ରାଜଘାଟ ପବନ ମାର୍କେଟରେ ଥିବା ହିଟାଚି ଏଟିଏମ କେହି ଦୁର୍ବୃତ୍ତ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା ବେଳେ ସମ୍ପୂର୍ଣ ଏଟିଏମ ମେସିନକୁ ଜାଳି ଦେଇ ପଳାଇଥିଲେ । ଏଟିଏମ ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକ ମାନେ ବସ୍ତା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା ।