ଫେସ୍ ମାସ୍କ ପିନ୍ଧିବା ନିୟମରେ କୋହଳ କଲେ ସରକାର
ନୂଆଦିଲ୍ଲୀ ୨୬।୦୨: (ସଂକେତ ଟିଭି) ଦିଲ୍ଲୀରେ ଘରୋଇ କାରରେ ଯାଉଥିବା ଲୋକେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ । କୋଭିଡ ପଜିଟିଭ ରେଟ୍ କମିବା ଯୋଗୁଁ ଆଜି ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବାଳୀ ଜାରି କରିଛି ।
ହେଲେ ଜନଗହଳି ସ୍ଥାନ, ବାହାରକୁ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଆସନ୍ତା ଫେବୃଆରୀ ୨୮ରୁ(ସୋମବାର) ଲାଗୁ ହେବ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।