୧୭ ବର୍ଷରେ ହେଲେ କୋଟିପତି

ନୂଆଦିଲ୍ଲୀ ୦୨।୦୩: (ସଂକେତ ଟିଭି) ଜୀବନରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କଠିନ କାମ ସରଳ ଭାବେ କରିବାରେ ସାହାଯ୍ୟ କରୁଛି ଟେକ୍ନୋଲୋଜି । ଏହି ଟେକ୍ନୋଲୋଜିର ବ୍ୟବହାର କରି ଲୋକ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ସେମିତି ଜଣେ ଯୁବକ ହେଲେ ଇଭାନ ଲୁଥେରା । ଦିଲ୍ଲୀର ଇଭାନ ଆପ ତିଆରି କରି ହୋଇଛନ୍ତି କୋଟିପତି । ୧୭ବର୍ଷରେ ସେ କମ୍ପାନୀ କରିଛନ୍ତି ।

ଆପଲ୍‌ର ସିଇଓ ଷ୍ଟିଭ୍ ଜବ୍ସ ମଧ୍ୟ ଆପ ବାବଦରେ ତାଙ୍କଠୁ ପରାମର୍ଶ ନେଇଛନ୍ତି । ଇଭାନଙ୍କର ପିଲାଦିନୁ କମ୍ପ୍ୟୁଟର ପ୍ରତି ଦୁର୍ବଳତା ଥିଲା । ପ୍ରାୟ ସମୟ ସେ ଖେଳ କୁଦ ନକରି କମ୍ପ୍ୟୁଟର ପାଖରେ ବସୁଥିଲେ । ତାଙ୍କ ବାପା କଲ୍ ସେଣ୍ଟରରେ କାମ କରୁଥିଲେ । ସେ କେବେ କେବେ ଇବାନଙ୍କୁ ମଧ୍ୟ ତାଙ୍କ ସହ କଲ ସେଣ୍ଟରକୁ ନେଇଯାଉଥିଲେ । ଇଭାନ ମଧ୍ୟ କଲ୍‌ ସେଣ୍ଟର ଯାଇ ସେଠାରେ କମ୍ପ୍ୟୁଟରରେ ଖେଳୁଥିଲେ । ୧୨ ବର୍ଷ ବୟସରେ ସେ ୟୁଟ୍ୟୁବରୁ କୋଡିଂ ଶିଖିଲେ ଏବଂ କଲ୍ ସେଣ୍ଟରରେ ଏହାର ପ୍ରାକ୍ଟିସ୍ କଲେ ।

ଧିରେ ଧିରେ ସେ ଆଗକୁ କମ୍ପ୍ୟୁଟର କିଣିଲେ, ମାଇକ୍ରୋ କମ୍ପ୍ୟୁଟର ତିଆରି କଲେ । ଏବଂ ନୂଆ ପ୍ରୋଗ୍ରାମ କଲେ । ଏହାପରେ ଏହି ୧୫ବର୍ଷୀୟ ଯୁବ ଟେବ୍ ଏକ୍ସପର୍ଟ ଆପ୍‌ ଏବଂ ୱେବ୍‌ସାଇଟ୍ କଲେ ଏବଂ ଭଲ ଲାଭରେ ବିକ୍ରିକଲେ । ଲକ୍ଷ ଲକ୍ଷ ଲୋକ ତାଙ୍କ ଦ୍ୱାରା ତିଆରି ହୋଇଥିଲା ଆପ୍‌ର ବ୍ୟବହାର କଲେ । ଏଥିରୁ ତାଙ୍କର ଭଲ ରୋଜଗାର ହେଲା । ଏହି ସମୟରେ ସେ ତାଙ୍କର ଏକ କମ୍ପାନୀ ମଧ୍ୟ କଲେ । ସେଥିରେ ସେ ୩୦ରୁ ଅଧିକ ଅପ୍ଲିକେସନ୍ ପ୍ରସ୍ତୁତ କଲେ ।

ଇଭାନଙ୍କୁ ଆପଲ ଆପ ଷ୍ଟୋର ପାଇଁ ପରାମର୍ଶ ଦେବାକୁ ଆପଲର ସିଇଓ ଷ୍ଟିଭ୍ ଜବ୍ସ କଲ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା । ଇଭାନ ତାଙ୍କ କମ୍ପାନୀଙ୍କୁ କିଛି କୋଟି ଟଙ୍କାରେ ବିକ୍ରି କରିଦେଲେ ଏବଂ ୧୭ବର୍ଷରେ କୋଟିପତି ହୋଇଗଲେ ।