ଭୁବନେଶ୍ବରରେ କୋଣାର୍କ ଏକ୍ସପ୍ରେସରୁ ୧୬ କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ବର ୦୨।୦୩: (ସଂକେତ ଟିଭି) ଭୁବନେଶ୍ବରରୁ ୧୬ କୋଟିର ସୁନାକୁ ଜବତ ହୋଇଛି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରୁ ଜିଆରପି ୩୨ କେଜିରୁ ଅଧିକ ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ ।

ଖବର ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଜିଆର୍‌ପି ଚଢାଉ କରିଥିଲା । ତେବେ ଏହି ଚଢାଉରେ ଜିଆର୍‌ପିକୁ ୪ଟି ବ୍ୟାଗ୍‌ରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ । ସେନେଇ କିଛି ସ୍ପଷ୍ଟ ହୋଇନି । ଅଧିକ ତଦନ୍ତ ଜାରି ରହିଛି ।