ମହିଳାଙ୍କ ଶରୀରରୁ ବାହାରିଲା ୬କୋଟି ଟଙ୍କାର ହେରୋଇନ୍‌

ଜୟପୁର ୦୬।୦୩ : (ସଂକେତ ଟିଭି) ଧରାପଡ଼ିଲା ଜଣେ ଚତୁର ମହିଳାଙ୍କ କାରନାମା । ଶରୀରରେ ୬କୋଟିର ହେରୋଇନ୍ ରଖି କରୁଥିଲେ ଚୋରା ଚାଲାଣ । ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ହେଲେ ରାଜସ୍ଥାନ୍‌ ପୋଲିସ୍ କୁ ସେ ଚକମା ଦେଇ ପାରିନାହାନ୍ତି, ଧରା ପଡ଼ିଯାଇଛନ୍ତି । ମହିଳାଙ୍କ ଶରୀରରୁ ୮୬୩ ଗ୍ରାମର ହେରୋଇନର ୮୮ କ୍ୟାପସୁଲ୍ ବାହାରିଛି । ଯାହାର ମୂଲ୍ୟ ପାଖାପାଖି ୬ କୋଟି ।

ଅଧିକାରୀ କହିଛନ୍ତି କି ଆଫ୍ରିକୀୟ ମହିଳାଙ୍କଠୁ ସବୁ କ୍ୟାପସୁଲ୍ ବାହାର କରିବାକୁ ୧୨ ଦିନ ଲାଗିଥିଲା । କିଛି କ୍ୟାପସୁଲକୁ ମହିଳା ଢୋକି ପକାଇଥିବାବେଳେ ଆଉ କିଛି ପ୍ରାଇଭେଟ୍‌ ପାର୍ଟରେ ଲୁଚାଇ ରଖିଥିଲେ । ମହିଳା ଜଣକ ସୁଡାନର ନାଗରିକ । ସେ ୧୯ ଫେବୃଆରୀରେ ଶାରଜାହରୁ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ । ସେ ସମୟରେ ତାଙ୍କୁ ଧରିଥିଲେ ରାଜସ୍ୱ ଇଣ୍ଟେଲିଜେନସ୍ ନିର୍ଦ୍ଦେଶାଳୟ ତଥା ଊଜଓର ଅଧିକାରୀ । ଧରିବା ପରେ ତାଙ୍କ ଶରୀରରୁ କ୍ୟାପସୁଲ ବାହାର କରାଯାଇଥିଲା ।

ସୂତ୍ର ଅନୁସାରେ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ନେବା ପରେ ମହିଳାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠି କ୍ୟାପସୁଲ କଢ଼ାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ କ୍ୟାପସୁଲ କାଢ଼ିବାକୁ ୧୯ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଅର୍ଥାତ ୧୨ ଦିନ ଲାଗିଥିଲା । ସୂଚନା ଅନୁସାରେ ସେ କିଛି କ୍ୟାପସୁଲ୍ ଢୋକିଦେବା ସହ କିଛି ନିଜ ପ୍ରାଇଭେଟ୍ ପାର୍ଟ ତଥା ମଳାଶୟରେ ଲୁଚାଇ ରଖିଥିଲେ । ମହିଳା ଜଣଙ୍କ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।