୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲିଆପାଳ ୦୬।୦୩ : (ଉମାକାନ୍ତ ନାୟକ) ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ଧଳାଜହର ଜବତ ହୋଇଛି । ଏହାସହିତ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ , କମର୍ଦ୍ଦା ଅଞ୍ଚଳରେ ଧଳାଜହର କାରବାର ନେଇ ଶନିବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା । ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠୁ ୫୦୦ ମିଟରରେ ଦୂର ୫୭ନଂ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନରେ କିଛି ଯୁବକଙ୍କୁ ଧଳାଜହର କିଣାବିକା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଜଳେଶ୍ୱର ଓ ଭୋଗରାଇର ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ଚଢାଉ ୨୬୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଆଉ ସବୁ କେଉଁ ଆଡେ ଲିଙ୍କ ଅଛି । ସେନେଇ ଖୋଲତାଡ଼ କରୁଛି ଅବକାରୀ ବିଭାଗ ।