ପଦାରେ ପଡିଲା ମା ପୁଅର କଳଙ୍କ ଛିଟା: ବଳି ପଡିଲେ ବୋହୂ

ଭଦ୍ରକ ୦୬।୦୩ : (ସଂକେତ ଟିଭି) ବାପା କହିଲେ ସାବତ ମାଆ ଓ ପୁଅର ଗୁମର କଥା । ପଦାରେ ପଡିଲା ମାଆ ପୁଅର କଳଙ୍କର ଛିଟା । ଦୀର୍ଘ ଦିନ ଧରି ଚାଲିଥିଲା ମାଆ ପୁଅ ଶାରିରୀକ ସମ୍ପର୍କ । ଏମିତି ପାପ ସମ୍ପର୍କର ଅଭିଯୋଗ ଆସିଛି ଖୋଦ୍‌ ବାପା । ବାପାଙ୍କ ପାଟିରୁ ବାହାରିଛି ମାଆ ପୁଅଙ୍କ ଭିତିରି କଥା ।

ମାଆ ପୁଅଙ୍କ କଳଙ୍କିତ ସମ୍ପର୍କରେ ବଳି ପଡିଲେ ବୋହୂ ମିନତୀ ଦାସ । ମାଆ ଓ ପୁଅ ମିଳିମିଶି କିରୋସିନ୍‌ ଢାଳି ଜାଳିଦେଲେ । ପାଟି ଶୁଣି ଶଶୁର ଲକ୍ଷ୍ମଣ ଜଳନ୍ତା ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏମିତି ଅଭିଯୋଗ ଆସିଛି ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁ ପଞ୍ଚାୟତର କ୍ଷେମେଶ୍ୱରପୁର ଗ୍ରାମର । ପ୍ରଥମ ପତ୍ନୀ ଚାଲିଯିବା ପରେ ସେ ଦ୍ୱିତୀୟ ବିବାହ କରିଥିଲେ ବାପା । ପତ୍ନୀ ବୟସର ବ୍ୟବଧାନ ଅଧିକ ଥିବାରୁ ପତ୍ନୀ ବିପଥଗାମୀ ହୋଇ ଯାଇଛନ୍ତି । ନିଜର କାମନାର ତୃଷାର୍ଥକୁ ମେଣ୍ଟାଇବାକୁ ଯାଇ ନିଜର ସଉତୁଣୀଙ୍କ ବଢିଲା ପୁଅକୁ କୋଳକୁ ଟାଣି ନେଇଛନ୍ତି ।

ପ୍ରଥମ ପତ୍ନୀଙ୍କ ପୁଅ ଲକ୍ଷ୍ମୀଦାସପୁର ପଞ୍ଚାୟତର ମାନଗଡର ମିନତୀଙ୍କ ସହିତ ବୈଦିକ ରୀତିରେ ଆଷାଢ (୨୫ ଜୁନ୍‌ ୨୦୧୧)ମାସରେ ବିବାହ କରିଥିଲେ । ହସ ଖୁସିରେ ଚାଲିଥିବା ପରିବାରରେ ହଠାତ୍‌ ଦୁଃଖର ବାଦଲ ମାଡିଆସିଲା । ପତି ଓ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଲା । ପତ୍ନୀଙ୍କ ହାବୁଡରେ ପଡିଯିବା ପରେ ମାଆ ପୁଅଙ୍କ ମଧ୍ୟରେ ଭାଳେଣି ପଡିଲା । କଣ୍ଟକିତ ରାସ୍ତାରୁ କଣ୍ଟା ସଫା କରିବାକୁ ରଚିଥିଲେ ମାଷ୍ଟର ପ୍ଲାନ୍‌ । ଶନିବାର ସକାଳେ ମାଆ ପୁଅ ମିଳିତ ଭାବେ ମିନତୀ ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ବାହାର ପଟୁ କବାଟ ଦେଇଦେଇଥିଲେ । ପାଟି ଶୁଣି ଶଶୁର ପହଞ୍ଚି ଉଦ୍ଧାର କରିଥିଲେ । ପ୍ରଥମେ ବାସୁଦେବପୁର ଡାକ୍ତଖାନାରେ ପ୍ରାଥମିକ ଚିକିସିା କରି କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ବାସୁଦେବପୁର ପୋଲିସ ମାଆ ଓ ପୁଅକୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି ।