ନିର୍ବାହୀ ଯନ୍ତ୍ରୀଙ୍କ ଗଦି ତଳୁ ଜବତ ହେଲା ନଗଦ ୧୭ ଲକ୍ଷ ଟଙ୍କା

ବ୍ରହ୍ମପୁର ୦୯।୦୩: (ସଂକେତ ଟିଭି) ) ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱରସ୍ଥିତ ଘର ମୁଖ୍ୟ ଦ୍ୱାର ଭାଂଗି ରେଡ୍ କରି ଭିଜିଲାନ୍ସ ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ।

ରେଡ ସମୟରେ ବାପପୁଅ କବାଟ ନ ଖୋଲିବାରୁ ଗେଟ୍‌ ଭାଙ୍ଗି ଭିଜିଲାନ୍ସ ଟିମ୍‌ ଘର ଭିତରେ ପଶିଥିଲା । ଚଢାଉ ବେଳେ ୧୭ ଲକ୍ଷ ଟଙ୍କା ଗଦି ତଳୁ କେବଳ ମିଳିଛି। ଆଜି ସକାଳୁ ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବ୍ରହ୍ମପୁର, ଛତ୍ରପୁର ଆଦି ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ କରିଥିଲା । ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍‌ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି । ଜଗନ୍ନାଥ ଏବେ ଯାଏଁ ଜବତ ଟଙ୍କାର ହିସାବ ଦେଇପାରୁନାହାନ୍ତି।

ସେପଟେ ଏବେ ବି ଜଗନ୍ନାଥ ସେଠୀଙ୍କ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଚଢାଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ବ୍ରହ୍ମପୁରର ଗଜପତି ନଗର, ବ୍ରହ୍ମପୁର ଆମ୍ବପୁଆ, ଭୁବନେଶ୍ୱରର ଏମ୍‌ସ୍‌ ନିକଟରେ ଥିବା ଘର, ଗଞ୍ଜାମର ପୁତାଗଡ଼ରେ ଥିବା ପୈତୃକ ବାସଭବନ ରହିଛି ।