ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ବ୍ରହ୍ମପୁର ୦୯।୦୩ : (ସଂକେତ ଟିଭି) ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।ଜଗନ୍ନାଥଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରର ୫ଟି ସ୍ଥାନରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଚଢ଼ାଉ ଏବେ ବି ଜାରି ରହିଥିବା ନେଇ ସୂଚନା ମିଳିଛି ।

ସେପଟେ ରେଡ୍‌ ପୂର୍ବରୁ ଭିଜିଲାନ୍ସ ଟିମକୁ ଅସହଯୋଗ କରି ଜଗନ୍ନାଥ ସେଠୀ ବ୍ରହ୍ମପୁର ଏବଂ ତାଙ୍କ ପୁଅ ଭୁବନେଶ୍ୱର ସ୍ଥିତ ଘରେ ତାଲା ପକାଇଥିଲେ । ତାଲା ଖୋଲିବାକୁ ଉଭୟଙ୍କୁ ଭିଜିଲାନ୍ସ ଅନୁରାଧ କରିଥିଲା । ଏହା ସତ୍ତ୍ୱେ ତାଲା ନ ଖୋଲିବାରୁ ତାଲା ଭାଙ୍ଗି ଭିଜିଲାନ୍ସ ଟିମ ଘର ଭିତରେ ପସିଥିଲା । ଚଢାଉରେ ଭିଜିଲାନ୍‌ସର ଜଣେ ଅତିରିକ୍ତ ଏସ୍‌ପି, ୪ଜଣ ଡିଏସପି, ୧୦ଜଣ ଇନିସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।