ଟାଟା ପାୱାର ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର ୧୧।୦୩ : (ସଂକେତ ଟିଭି) ଟାଟା ପାୱାର ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ସମ୍ବଲପୁର ବୁର୍ଲାର ଟାଟା ପାୱାର ପଶ୍ଚିମ ଓଡିଶା ଡିଷ୍ଟ୍ରିବ୍ୟୁସନ ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଦ୍ୱାରା ଏକକାଳୀନ ୩ଟି ସ୍ଥାନରେ ରେଡ ଜାରି ରହିଛି । ତାଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ଯ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।

ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ଜଣେ ଡିଏସପି, ୬ ଇନ୍ସେପକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଭିଜିଲାନ୍ସର ଏହି ଚଢ଼ାଉରେ ଜଣେ ଡିଏସପି, ୬ ଜଣ ଇନସ୍ପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।