ଘର ଭଡ଼ା ଦେଇପାରୁନି ଫ୍ୟୁଚର୍ ଗୃପ, ବନ୍ଦ ହୋଇପାରେ ୯୫୦ ଷ୍ଟୋର୍‌

ନୂଆଦିଲ୍ଲୀ ୧୨।୦୩ : (ସଂକେତ ଟିଭି) କିଶୋର ବିୟାନିଙ୍କ ରିଟେଲ୍‌ ସାମ୍ରାଜ୍ୟ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହୋଇଛି । ପ୍ରାୟ ୧୭୦୦ ଷ୍ଟୋର ମାଲିକ ଥିବା ଏହି ସଂସ୍ଥା ୯୫୦ଟି ଷ୍ଟୋର ହରାଇବାକୁ ଯାଉଛି । ଏଥିରେ ରହିଛି ବିଗ୍‌ ବଜାର, ଏଫ୍‌ବିବି ଭଳି ୩୪୨ଟି ବଡ଼ ଷ୍ଟୋର, ଇଜିଡେ ଓ ହେରିଟେଜ୍ ଷ୍ଟୋର ଭଳି ୪୯୩ଟି ଛୋଟ ଷ୍ଟୋର ଏବଂ ଫ୍ୟୁଚର ଲାଇଫ୍ ଷ୍ଟାଇଲ୍‌ ଫେସନ୍ସ ଅଧୀନରେ ଥିବା ୩୪ଟି ସେଣ୍ଟ୍ରାଲ୍‌ ଷ୍ଟୋର ଓ ୭୮ଟି ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ଷ୍ଟୋର । ଏହି ସବୁ ଷ୍ଟୋର ପାଇଁ ଫ୍ୟୁଚର ଗ୍ରୁ୍ ଘର ମାଲିକଙ୍କୁ ଭଡ଼ା ଦେଇପାରୁନାହିଁ ।

କିଛି ବର୍ଷ ପୂର୍ବେ ଏଭଳି ସଙ୍କଟ ଦେଖାଦେଇଥିଲା । ଷ୍ଟୋରଗୁଡ଼ିକ ବନ୍ଦ ହେବା ଭଳି ସ୍ଥିତି ସୃଷ୍ଟି ହେବାରୁ ସେଗୁଡ଼ିକୁ ବଞ୍ଚାଇବା ଲାଗି ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ରିଟେଲ୍ ଘର ମାଲିକମାନଙ୍କ ସହ ଭଡ଼ା ପାଇଁ ଲିଜ୍‌ ଚୁକ୍ତି ସ୍ୱାକ୍ଷର କରିଥିଲା ।