ଜିଲ୍ଲା କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ମାଲକାନଗିରି ୧୫/୦୩: (ସଂକେତ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆନନ୍ଦ ରାଓଙ୍କ ଘର ସମେତ ମାଲକାନଗିରି, ନବରଙ୍ଗପୁର ଓ ବିଶାଖାପାଟଣାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ରାଓଙ୍କ ବାସଭବନ ସହ ଅନ୍ୟ ୨ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ଏଣେ ତାଙ୍କର ମାଲକାନଗିରି କାର୍ଯ୍ୟାଳୟ, ବାସଭବନ ଏବଂ ବିଶାଖାପାଟଣାରେ ଥିବା ନିଜ ଘରେ ବି ଚଢ଼ାଉ ଜାରି ରହିଛି।

ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ । କୃଷି କାର୍ଯ୍ୟାଳୟରେ ଚଢ଼ାଉ କାର୍ଯ୍ୟ ସମାପ୍ତ ହୋଇଛି । କୃଷି କାର୍ଯ୍ୟାଳୟରୁ କିଛି ନଥିପତ୍ର, ରେଜିଷ୍ଟର ସହ ଆନନ୍ଦ ରାଓଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ଭିଜିଲାନ୍ସ କାର୍ଯ୍ୟାଳୟରୁ ତାଙ୍କୁ ନବରଙ୍ଗପୁରକୁ ନିଆଯିବ ବୋଲି ସୂଚନା ମିଳିଛି । ଏକ ଟିମ ଆନ୍ଧ୍ର ପ୍ରଦେଶ ଯାଇଥିବା ମଧ୍ୟ ପ୍ରାଥମିକ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗର ଏହି ଚଢ଼ାଉରେ ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ବିଭାଗର ୯ ଜଣ ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି ।