ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର ୧୭/୦୩: (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ସୋର ଗ୍ରାମ୍ୟ ନିର୍ମାଣ ବିଭାଗର ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେହୁରିଆଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ହୋଇଛି।

ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକାସାଙ୍ଗେ ଭଦ୍ରକ ଟାଉନର ବାଗୁରାଇରେ ଗୋଟିଏ ତିନି ମହଲା କୋଠା ଏବଂ ଗୋଟିଏ ଦୁଇ ମହଲା କୋଠା, ଭଦ୍ରକର ନିଜ ଗାଁ ମଧୁସୂଦନପୁରରେ ଥିବା ଘର, ଅର୍ଣ୍ଣପାଳସ୍ଥିତ ଘର ଓ ମାର୍କେଟ କମ୍ପଲେକ୍ସ, ଭଦ୍ରକର ବାସୁଦେବପୁରରେ ସମ୍ପର୍କୀୟଙ୍କ ଘର ଓ ଶ୍ରୀ ବେହୁରିଆରଙ୍କ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସ ଆଦି ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଭିଜିଲାନ୍ସର ୫ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ହୋଇଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।