ଫ୍ୟୁଚର୍ ଗ୍ରୁ୍ର ବଡ଼ ଅଭିଯୋଗ, ବିଗ୍ ବଜାର ଷ୍ଟୋର୍କୁ ରାତାରାତି କବ୍ଜା କଲା ରିଲାଏନ୍ସ
ମୁମ୍ବାଇ ୧୮/୦୩: (ସଂକେତ ଟିଭି) ରିଲାଏନ୍ସ ରିଟେଲ ଫେବୃଆରୀରେ ଫ୍ୟୁଚର ଗୃପର ସବୁ ଷ୍ଟୋର ପରିଚାଳନା ଭାର ନେଇଛି । ଏହାରି ମଧ୍ୟରେ ରିଲାଏନ୍ସ ବିରୋଧରେ ଜବରଦସ୍ତ କବଜା କରିବା ନେଇ ଅଭିଯୋଗ କରିଛି ଫ୍ୟୁଚର ଗୃପ୍ । ଗୃପ୍ କୌଣସି ରିଟେଲ୍ ୟୁନିଟରୁ ରିଲାଏନ୍ସକୁ ଦେଇନଥିବା କହିଛି ।
ଫ୍ୟୁଚର ରିଟେଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ କହିଛି ଯେ, ଆମାଜନ ସାର୍ବଜନୀନ ଭାବେ ଅନେକ ମିଡିଆ ରିପୋର୍ଟ ଜାରି କରିଛି । ଯେଉଁଥିରେ ଫ୍ୟୁଚର ଗ୍ରୁପ୍ ଟ୍ରିବ୍ୟୁନାଲ ଓ କୋର୍ଟଙ୍କ ଆଦେଶଙ୍କୁ ଉଲ୍ଲଙ୍ଘନ କରି ରିଟେଲ ସମ୍ପତ୍ତି ରିଲାଏନ୍ସକୁ ପ୍ରଦାନ କରିଥିବା କହିଛି । ଏହା ମିଛ, ରିଟେଲ ଷ୍ଟୋରକୁ ରିଲାଏନ୍ସକୁ ପ୍ରଦାନ କରାଯାଇ ନାହିଁ ।
କମ୍ପାନୀ ଆହୁରି କହିଛି ଯେ, ରିଲାଏନ୍ସର ଏକତରଫା ମନମାନୀ ସେମାନଙ୍କୁ ଚକିତ କରିଛି । କମ୍ପାନୀକୁ ଅଧିଗ୍ରହଣ କରିବା ଚକିତ କଲା ଭଳି ପଦକ୍ଷେପ ଅଟେ । ଏପରି କରି ରିଲାଏନ୍ସ ଅଧିଗ୍ରହଣ ବ୍ୟବସ୍ଥାକୁ ଜଟିଳ କରିଦେଇଛି ।