କୋଭିସିଲ୍ଡ ଟିକା ବ୍ୟବଧାନ କମିଲା
ନୂଆଦିଲ୍ଲୀ ୨୧/୦୩: (ସଂକେତ ଟିଭି) କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ଥିବା ପ୍ରାର୍ଥକ୍ୟକୁ ୧୨-୧୬ ସପ୍ତାହରୁ ୮-୧୬ ସପ୍ତାହ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗୃପ୍ ଅନ୍ ୟୁନିନାଇଜେସନ୍ (ଏନ୍ଟିଏଜିଆଇ) ପ୍ରସ୍ତାବ ଦେଇଛନ୍ତି ।
ସେହିଭଳି ଭାରତ ବାଇଟେକ୍ର କୋଭାକସିନ୍ ଟିକାର ପ୍ରଥମ ଡୋଜ୍ରୁ ଦ୍ୱିତୀୟ ଡୋଜ୍ ମଧ୍ୟରେ ଥିବା ଅନ୍ତରର ୨୮ ଦିନ ହ୍ରାସ କରିବା ଲାଗି କୌଣସି ପ୍ରସ୍ତାବ ଆସିନାହିଁ । ଏହି ପ୍ରସ୍ତାବ ଜାତୀୟ କୋଭିଡ ଟିକା କରଣ କାର୍ଯ୍ୟକ୍ରମରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।
ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଏନ୍ଟିଏଜିଆଇ ପକ୍ଷରୁ ବିଶ୍ୱର ବିଭିନ୍ନ ବୈଜ୍ଞାନିକ ପ୍ରମାଣକୁ ଆଧାର କରି ଏହି ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାଇ ଏଣିକି କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ୮ ସପ୍ତାହ ପରେ ଦିଆଯାଇପାରିବ । ଏହା ଫଳରେ ୧୨ରୁ ୧୬ ସପ୍ତାହ ଅନ୍ତରରେ ଡୋଜ୍ ଦେଲା ପରେ ଯେଉଁ ଆଣ୍ଟିବଡି ସୃଷ୍ଟି ହୋଇଥିଲା ତାହା ମଧ୍ୟ ଠିକ୍ ରହିପାରିବ ।
ଏହି ନିଷ୍ପତ୍ତି ଯୋଗୁଁ ବିଭିନ୍ନ ଦେଶରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ପ୍ରାୟ ୬ରୁ ୭ କୋଟି ଲୋକ ନେଇପାରିବେ । ୨୦୨୧ ମେ’ ୧୩ରେ ସରକାର କୋଭିସିଲ୍ଡର ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ଅନ୍ତରକୁ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏନ୍ଟିଏଜିଆଇ ପରାମର୍ଶରେ ଏହା କରାଯାଇଥିଲା ।