ଗଞ୍ଜେଇ ଚାଲାଣ କରୁଥିଲେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ, ମାଡି ବସିଲା ଏସଟିଏଫ

ଅନୁଗୁଳ ୨୨/୦୩: (ସଂକେତ ଟିଭି) ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୋଗରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କିରାଣୀ ଭାବରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ସମେତ ଦୁଇଜଣଙ୍କୁ ଏସଟିଏଫ୍ ଗିରଫ କରିଛି। ସେମାନଙ୍କଠାରୁ ଏକ କୁଇଣ୍ଟାଲ ୬୪ କିଲୋ ଗଂଜେଇ ଜବତ କରାଯାଇଛି ।

ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ ଏସବିଆଇର ଅନୁଗୁଳ ଜିଲ୍ଲାର କିଶୋର ନଗର ଶାଖାରେ କ୍ଳର୍କ କମ କ୍ୟାସିୟର ଭାବେ କାର୍ଯ୍ୟରତ ସୁଶାନ୍ତ କୁମାର ସାହୁ ଓ ଯୁଗଳ ସାହୁ ।

ଗୋଟିଏ ମହିନ୍ଦ୍ରା ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏସଟିଏଫ ପାଖରେ ଖବର ରହିଥିଲା । ଏସଟିଏଫ ଟିମ୍ ଅନୁଗୁଳ ଜିଲ୍ଲା ବାଙ୍କ ପଳାସ ଗାଁ ନିକଟରେ ଗାଡିଟିକୁ ଅଟକାଇବା ସହିତ ଉଭୟଙ୍କୁ ମାଡ଼ିବସିଥିଲା। ସେମାନଙ୍କ ପାଖରୁ ୧୬୫ କେଜି ଗଞ୍ଜେଇ, ଗୋଟିଏ ଏସବିଏମଏଲ୍ ବନ୍ଧୁକ, ଗୋଟିଏ ମହିନ୍ଦ୍ରା ଗାଡ଼ି ଓ ଗୋଟିଏ ପଲସର ବାଇକ ଜବତ କରାଯାଇଛି। ଉଭୟଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।