୧୮ ମାସ ହେଲା ମଳତ୍ୟାଗ କରିନାହାନ୍ତି ଯୁବକ

ଭୋପାଳ ୨୫/୦୩: (ସଂକେତ ଟିଭି) ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି ୧୬ ବର୍ଷର ଯୁବକ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଦୈନିକ ୧୮ରୁ ୨୦ ପଟ ରୁଟି ଖାଇଥାନ୍ତି । ଏହି ଖବର ପଢ଼ିବା ପରେ ଆପଣ ହୁଏତ ବିଶ୍ୱାସ କରିାରୁନଥିବେ । ହେଲେ କଥାଟି ସତ । ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ।

କୁହାଯାଉଛି ଯୁବକ ଜଣକ କୌଣସି ବଡ଼ ରୋଗର ଶିକାର ହୋଇଛନ୍ତି । ପୁଅର ଏପରି ଅବସ୍ଥା ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି । ଏହି ୧୬ ବର୍ଷର ଯୁବକ ଜଣକ ହେଉଛନ୍ତି ଆଶିଷ ଚାନ୍ଦିଲ । ଆଶିଷଙ୍କ ପିତା ମନୋଜ ଚାନ୍ଦିଲ ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା କରାଇପାରୁନାହାନ୍ତି । ଆଶିଷ ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି ।

ଏହାର କାରଣ ଜାଣିବା ପାଇଁ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ମଧ୍ୟ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ରୋଗାର କାରଣ ଜଣାପଡିନାହିଁ । ଆଶିଷ ଦିନକୁ ୧୮ରୁ ୨୦ ପଟ ରୁଟି ସହିତ ଭଜା ଓ ତରକାରୀ ଖାଉଥିଲେ ମଧ୍ୟ ତାଙ୍କ ପେଟରେ କୌଣସି ସମସ୍ୟା ହେଉନାହିଁ । ସାଧାରଣ ପିଲାଙ୍କ ସେ ମଧ୍ୟ ଜୀବନଯାପନ କରୁଛନ୍ତି । ଡାକ୍ତରଙ୍କ କହିବାନୁସାରେ ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ହିଁ ଏହି ଅଜଣା ରୋଗର କାରଣ ସ୍ପଷ୍ଟ ହୋଇଯିବ ।