ସ୍ତ୍ରୀକୁ ହତ୍ୟା କରି ଘର ଭିତରେ ଟାଙ୍ଗିଦେଲା ସ୍ୱାମୀ

ବାରିପଦା ୨୭।୦୩: (ସଂକେତ ଟିଭି) ସ୍ତ୍ରୀକୁ ହତ୍ୟା କରି ଘର ଭିତରେ ଟାଙ୍ଗି ଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଳିହାତୀ ଗ୍ରାମରେ । ଅଭିଯୁକ୍ତ ସ୍ୱାମୀ ଦଶରଥ ମୁର୍ମୁକୁ ମାଣତ୍ରୀ ଫାଣ୍ଡି ପୋଲିସ ଗିରଫ କରିଛି । ମୃତ ସ୍ତ୍ରୀ ହେଉଛନ୍ତି ୨୪ ବର୍ଷୀୟା ସୁମି ମୁର୍ମୁ ।

ସୂଚନା ଅନୁସାରେ, ରବିବାର ସକାଳୁ କୌଣସି କାରଣ ବସତ ଦଶରଥ ଙ୍କ ତାଙ୍କ ସ୍ତ୍ରୀ ସୁମିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ କେନ୍ଦ୍ରକରି ସୁନିକୁ ହତ୍ୟା କରି ଦଶରଥ ଆତ୍ମହତ୍ୟାର ରୂପ ଦେବା ପାଇଁ ଏକ ରଶିକୁ ବେକରେ ବାନ୍ଧି ଘର ଭିତରେ ଝୁଲାଇ ଦେଇଥିଲା। ଏ ସମ୍ପର୍କରେ ଘରର ଅନ୍ୟମାନେ ଜାଣିବା ପରେ ରଶିକୁ ଖୋଲି ନିକଟସ୍ଥ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ। ପରିସ୍ଥିତି ଗମ୍ଭୀର ଥିବା ଦେଖି ସେଠାରୁ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ସୁନିକୁ ମୃତ ଘୋଷଣା କରିଥିଲେ ।

ଘଟଣା ଜଣା ପଡ଼ିବା ପରେ ମାଣତ୍ରୀ ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ଦଶରଥ ମୁର୍ମୁ ଙ୍କୁ ଗିରଫ କରିଛି । ଏନେଇ ବୈଶିଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଓ ବାରିପଦା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।