ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ ୨୯/୦୩: (ସଂକେତ ଟିଭି) ଆସନ୍ତା ଏପ୍ରିଲ ମାସରେ ମୋଟ ୩୦ ଦିନ ମଧ୍ୟରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୱେବସାଇଟରେ ବ୍ୟାଙ୍କ ସମ୍ବନ୍ଧୀୟ ଛୁଟିଦିନଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ରହିଛି । ଚଳିତ ବର୍ଷ ଏପ୍ରିଲରେ ଗୁଡ଼ି ପାଡୱା, ଆମ୍ବେଦକର ଜୟନ୍ତୀ ଏବଂ ସରହୁଲ ଅବସରରେ ବିଭିନ୍ନ ଜୋନରେ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଆସନ୍ତା ମାସରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହ ଚାରୋଟି ରବିବାର ମଧ୍ୟ ଛୁଟିଦିନ ଅନ୍ତର୍ଭୁକ୍ତ । ତେବେ ଜାଣନ୍ତୁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ।

୨୦୨୨ ଏପ୍ରିଲ୍ ୧, (ଶୁକ୍ରବାର): ନୂତନ ମାସ ଏବଂ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅଧିକାଂଶ ସ୍ଥାନରେ ବ୍ୟାଙ୍କଗୁଡିକ କାର୍ଯ୍ୟ ବନ୍ଦ ରହିବ ।

ଏପ୍ରିଲ୍ ୨, (ଶନିବାର): ଗୁଡି ପାଡୱା / ଉଗାଡି ଫେଷ୍ଟିଭାଲ୍ / ନବରାତ୍ରୀର ପ୍ରଥମ ଦିନ / ତେଲୁଗୁ ନୂଆ ବର୍ଷ / ସାଜିବୁ ନୋଙ୍ଗମମ୍ପବା ଅବସରରେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ପାଣଜୀ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ୍ ୩ (ରବିବାର): ସାପ୍ତାହିକ ଛୁଟି

ଏପ୍ରିଲ୍ ୪ (ସୋମବାର): ସରହୁଲ ଅବସରରେ ରାଞ୍ଚିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ ୫ (ମଙ୍ଗଳବାର): ବାବୁ ଜଗଜୀବନ ରାମଙ୍କ ଜନ୍ମ ବାର୍ଷିକୀ ଅବସରରେ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ।

ଏପ୍ରିଲ୍ ୯ (ଶନିବାର): ମାସର ଦ୍ୱିତୀୟ ଶନିବାର

ଏପ୍ରିଲ ୧୦ (ରବିବାର): ସାପ୍ତାହିକ ଛୁଟି

ଏପ୍ରିଲ ୧୪ (ଗୁରୁବାର): ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ / ମହାବୀର ଜୟନ୍ତୀ / ବାଇସାଖୀ / ତାମିଲ ନୂଆ ବର୍ଷ / ଚେରୋବା, ବିଜୁ ଫେଷ୍ଟିଭାଲ / ବୋହର ବିହୁ ଅବସରରେ ଶିଲଙ୍ଗ ଓ ସିମଲା ବ୍ୟତୀତ ଅନ୍ୟସବୁଆଡ଼େ ବ୍ୟାଙ୍କ ବନ୍ଦ ରହିବ ।

ଏପ୍ରିଲ୍ ୧୫ (ଶୁକ୍ରବାର): ଗୁଡ୍ ଫ୍ରାଏ ଡେ / ବଙ୍ଗାଳୀ ନୂତନ ବର୍ଷ / ହିମାଚଳ ଦିବସ / ବୋହାଗ ବିହୁ ଅବସରରେ ଜୟପୁର, ଜାମ୍ମୁ ଏବଂ ଶ୍ରୀନଗର ବ୍ୟତୀତ ଅନ୍ୟ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ ୧୬ (ଶନିବାର): ଗୁହାହାଟୀରେ ବୋହାଗ ବିହୁ କାରଣରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଏପ୍ରିଲ୍ ୧୭ (ରବିବାର): ସାପ୍ତାହିକ ଛୁଟି

ଏପ୍ରିଲ୍ ୨୧ (ଗୁରୁବାର): ଗଡିୟା ପୂଜା ଅବସରରେ ଅଗରତାଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ୍ ୨୩ (ଶନିବାର): ମାସର ଚତୁର୍ଥ ଶନିବାର

ଏପ୍ରିଲ୍ ୨୪ (ରବିବାର): ସାପ୍ତାହିକ ଛୁଟି

ଏପ୍ରିଲ୍ ୨୯ (ଶୁକ୍ରବାର): ଶବ୍-ଇ-କଦ୍ର / ଜୁମାତ-ଉଲ୍-ବିଡା ଅବସରରେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।