୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ତାଳଚେର ୨୯/୦୩: (ସଂକେତ ଟିଭି) ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଳଚେର ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ଭିଜିଲାନ୍ସ ତାଙ୍କ ଘର ଅଫିସ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛି ।

ସୂଚନା ଅନୁସାରେ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ବିଲ୍ ପାସ୍ କରିବା ଲାଗି ଜଣେ ଠିକାଦାରଙ୍କଠାରୁ ନଗଦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରାଯାଇଛି।

ଏହା ପରେ ଭିଜିଲାନ୍ସ ଟିମ୍ ଏକକାଳୀନ ସନ୍ତୋଷ ସାହୁଙ୍କର ତାଳଚେରସ୍ଥିତ ସରକାରୀ କ୍ୱାର୍ଟର, ଭୁବନେଶ୍ବରର କଳିଙ୍ଗ ବିହାରର ପ୍ଲଟ୍ ନଂ-କେ ୪୦୭ରେ ଥିବା ଘର, ଏବଂ ନୟାଗଡ଼ ଜିଲ୍ଲାର ଭାପୁରଠାରେ ଥିବା ପୈତୃକ ଘରେ ଚଢ଼ାଉ କରିଛି। ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।